ନୂଆଦିଲ୍ଳୀ: ପୁଣି ମାଡ଼ି ଆସୁଛି ଏକ ବାତ୍ୟା । ସାମୁଦ୍ରିକ ଝଡ଼ ‘ସାରା’କୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଟ୍ରପିକାଲ ଷ୍ଟର୍ମ ‘ସାରା’ ସ୍ଥଳ ଭାଗ ଛୁଇଁବା ପରେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି । ସେହି ସମୟରେ ଘଣ୍ଟା ପ୍ରତି ୧୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ଆସନ୍ତା ୧୭ରୁ ୨୫ ତାରିଖ ମଧ୍ୟରେ ଏହି ସାମୁଦ୍ରିକ ଝଡ଼ ‘ସାରା’ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି । ସାମୁଦ୍ରିକ ଝଡ଼ ‘ହେଲେନ’ ପରେ ପୁଣି ଏକ ସାମୁଦ୍ରିକ ଝଡ଼ ‘ସାରା’କୁ ନେଇ ଏବେ ଠାରୁ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି ।
ସାମୁଦ୍ରିକ ଝଡ଼ ‘ସାରା’ ଧୀରେଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ତା’ର ପ୍ରଭାବ କିପରି ରହିବ ସେନେଇ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ଆସନ୍ତା ସପ୍ତାହରେ ଏହା ସ୍ଥଳଭାଗ ଛୁଇଁବ । କାରିବିୟାନ ସାଗରରେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ ଷ୍ଟର୍ମ ବର୍ତ୍ତମାନ ହଣ୍ଡୁରାସ ଠାରୁ ୧୬୫ ମାଇଲ ଦୂର ନିକାରାଗୁଆ ନିକଟରେ ରହିଛି । ଝଡ଼ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ ମାଇଲ ବେଗରେ ମେକ୍ସିକୋ ଗଲଫ ଆଡ଼କୁ ଗତି କରୁଛି । ଆସନ୍ତା ସପ୍ତାହ ବେଳକୁ ସାମୁଦ୍ରିକ ଝଡ଼ ‘ସାରା’ ଫ୍ଲୋରିଡ଼ା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ସାମୁଦ୍ରିକ ଝଡ଼ ‘ସାରା’ ସ୍ଥଳଭାଗକୁ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି ।