fbpx

ରଙ୍ଗ କିଣୁଥିବା ବେଳେ ଚଢ଼ିଗଲା ଟ୍ରକ୍: ୭ ଜଣଙ୍କ ମୃତ୍ୟୁ, ୫୦ ଆହତ

ପାଟନା, ୨୯ା୩: ବିହାରର ନାଳନ୍ଦା ଜିଲ୍ଲାରେ ଏକ ଟ୍ରକ ଚଢ଼ିଯାଇ ୭ ଜଣଙ୍କ ମୃତ୍ୟୁ ହେବା ସହିତ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଏହି ଦୁର୍ଘଟଣା ନାଳନ୍ଦାର ତେଲହଡ଼ା ଥାନା ଅଞ୍ଚଳରେ ଏକ ବଜାରରେ ଘଟିଥିବା ଜଣାପଡ଼ିଛି । ଟ୍ରକଟି ଭାରସାମ୍ୟ ହରାଇ ଜନଗହଳି ମଧ୍ୟକୁ ପଶିଯାଇଥିଲା । ଲୋକମାନେ ହୋଲି ସାମାନ କିଣୁଥିବାରୁ ବଜାର ପ୍ରବଳ ଗହଳି ଥିଲା । ଏହି ସମୟରେ ଟ୍ରକଟି ବଜାର ମଧ୍ୟକୁ ଅଚାନକ ପଶିଯିବାରୁ କେହି ନିଜକୁ ରକ୍ଷା କରିବାର ସୁଯୋଗ ପାଇ ନଥିଲେ । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.