fbpx

ଘରକୁ ଫେରିପାରିଲେନି ଶ୍ରମିକ; ଅଧାବାଟରେ ଡାକିନେଲା ଜମ, ଭୟଙ୍କର ଦୁର୍ଘଟଣାରେ 10 ମୃତ

ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଭୟଙ୍କର ସଡକ ଦୁର୍ଘଟଣା । ଚାଲିଗଲା 10 ଜଣଙ୍କ ଜୀବନ । ଉତ୍ତରପ୍ରଦେଶର ବାରଣାସୀ-ପ୍ରୟାଗରାଜ ହାଇଓ୍ବେରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ 10 ଜଣ ଶ୍ରମିକଙ୍କର ଜୀବନ ଯାଇଛି । ଅନ୍ୟପଟେ 3 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶ୍ରମିକମାନେ ବାରଣାସୀର ହୋଇଥିବା ସୂଚମା ରହିଛି ।

ଖବର ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ମିର୍ଜାପୁରର କଛବା ଅଞ୍ଚଳରେ ବାରଣାସୀ-ପ୍ରୟାଗରାଜ ହାଇଓ୍ବେରେ ଘଟିଥିଲା ଏହି ଦୁର୍ଘଟଣା । ତେବେ ଶ୍ରମିକମାନେ କାମ ସାରି ଟ୍ରାକ୍ଟରରେ ଘରକୁ ଫେରୁଥିବା ବେଳେ ପଛକୁ ଆସି ଏକ ଟ୍ରକ ଶକ୍ତ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟରର ଅଧା ଅଂଶ ଉଡି ଖଣ୍ଡଦୂରରେ ପଡିଥିଲା । ଫଳରେ ଟ୍ରାକ୍ଟରରେ ରହିଥିବା 10 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଥିଲେ ।  ତେବେ କେଉଁ କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ କୌଣସି ସଠିକ ସୂଚନା ମିଳିପାରିନଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ବେପରୁଆ ଗାଳିଚାଳନା ପାଇଁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Get real time updates directly on you device, subscribe now.