fbpx

ଟ୍ରକରେ ତେଲ ଭରିବା ବେଳେ ମହିଳା ଡ୍ରାଇଭରଙ୍କ ଖୋଲିଲା ଭାଗ୍ୟ; ଜାଣନ୍ତୁ କିପରି ଜିତିଲେ ୮ କୋଟି

ନୂଆଦିଲ୍ଲୀ; ଅନେକ ସମୟରେ ଏପରି ଖବର ଆସେ ଯେ, ଗରିବ ଲୋକମାନେ ହଠାତ କୋଟିପତି ହୋଇ ଯାଆନ୍ତି । ଯେତେବେଳେ କେହି ଲଟେରୀ ଜିତନ୍ତି କିମ୍ବା କିଛି ପୁରସ୍କାର ପାଆନ୍ତି, ସେତେବେଳେ ସେମାନଙ୍କର ଭାଗ୍ୟ ଖୋଲିଯାଏ । ଠିକ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳା ଟ୍ରକ ଡ୍ରାଇଭର ହଠାତ କୋଟିପତି ହୋଇଥିଲେ । ଯେତେବେଳେ ସେ ପେଟ୍ରୋଲ ପମ୍ପରେ ତେଲ ଭରୁଥିଲେ ସେତେବେଳେ ତାଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ହୋଇଥିଲା । ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ କରୁଛି ।

ତେବେ ଏହି ଘଟଣା ଆମେରିକାର ଉତ୍ତର କାରୋଲିନାରୁ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ରହୁଥିବା ଲୌରା କିନ୍ ଟ୍ରକରେ ସପିଂ ପାଇଁ ଯାଇଥିଲେ ଏବଂ ଏହି ସମୟରେ ତାଙ୍କ ପାର୍ଟନର ମଧ୍ୟ ତାଙ୍କ ସହ ଯାଇଥିଲେ । ତେବେ ତେଲ ଭରିବା ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଲଟେରୀ ଟିକେଟ ମଧ୍ୟ ଏହା ସହିତ ବିକ୍ରି ହେଉଛି ଏବଂ ସେ ଏହାକୁ କିଣିଥିଲେ ।

ଟ୍ରକରେ ତେଲ ଭରିବା ପରେ ଲୌରା ତାଙ୍କ ପାର୍ଟନରଙ୍କ ସହ ଆଗକୁ ବଢିିବା ମାତ୍ରେ ତାଙ୍କ ଭାଗ୍ୟ ଖୋଲି ଯାଇଥିଲା । ସେ ଜାଣିବାକୁ ପାଇଥିଲେ ଯେ ସେ ଲଟେରୀ ଟିକେଟ ଜିତି ଯାଇଛନ୍ତି । ଏବଂ ସେ କୋଟିପତି ହୋଇପାରିଛନ୍ତି । ଖବର ଅନୁଯାୟୀ, ସେ ତାଙ୍କ ଟ୍ରକରେ ତେଲ ଭରିବା ପାଇଁ ଉତ୍ତର କାରୋଲିନାର କର୍ଣ୍ଣର୍ସଭିଲର ସେଭେନ ଇଲେଭେନ ଗ୍ୟାସ ଷ୍ଟେସନରେ ଅଟକି ଯାଇଥିଲେ ।

ଏଠାରେ ସେ ଲଟେରୀ ଟିକେଟ କିଣିଥିଲେ । ଲୌରା ତାଙ୍କ ଭାଗ୍ୟକୁ ବିଶ୍ୱାସ କରିପାରି ନଥିଲେ । ତାଙ୍କର ଏହି କାହାଣୀ ଭାଇରାଲ ହେବା ମାତ୍ରେ ଲୋକମାନେ ସେହି ପେଟ୍ରୋଲ ପମ୍ପକୁ ଖୋଜିବା ଆରମ୍ଭ କରିଥିଲେ । ବର୍ତ୍ତମାନ ମହିଳା ଜଣକ ନିଜ ପରିବାରକୁ ନେଇ ବହୁତ ଖୁସି ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.