fbpx

ବଡ ଧରଣର ଭୂ-ସ୍ଖଳନ: ଟ୍ରକ ଉପରେ ପଡିଲା ବଡ଼ ବଡ଼ ପଥର, ୪ ମୃତ

ନୂଆଦିଲ୍ଲୀ: ଜାମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗରେ ଭୂସ୍ଖଳନ ଘଟିଛି । ଏକ ଟ୍ରକ ଉପରେ ବିରାଟ ବଡ଼ ବଡ଼ ପଥର ମାନ ଖସି ଏଥିରେ ଯାତ୍ରା କରୁଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ପୋଲିସ ସୂଚନା ଦେଇ କହିଛି ଯେ, ସକାଳ ୫ଟା ସମୟରେ ରାମବନ ଜିଲ୍ଲାର ଶେରବିବି ପାଖରେ ଥିବା ରାଜମାର୍ଗରେ ଭୂସ୍ଖଳନ ହେତୁ ଯାତାୟତକୁ ବନ୍ଦ କରାଯାଇଛି ।

ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଟ୍ରକଟି ଜାମ୍ମୁ ଶ୍ରୀନଗର ଯାଉଥିଲା । ଅଧିକାରୀମାନେ କହିଛନ୍ତି ଯେ, ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ପ୍ରଥମେ ଆରମ୍ଭ କରି ଟ୍ରକରେ ଫସି ରହିଥିବା ୪ ଜଣଙ୍କ ଶବକୁ ବାହାରକୁ ଆଣିଥିଲେ ।

ଅଧିକାରୀମାନେ ମୃତକଙ୍କ ପରିଚୟ ମଧ୍ୟ ଦେଇଛନ୍ତି । ଏଥିରେ କୂଳଗ୍ରାମର ଟ୍ରକ ଚାଳକ ମୋହମ୍ମଦ ଅଜଫଲ ଗାରୂ, ତାଙ୍କ ଭାଇ ଅଲତାଫ ଗାରୂ, ଅନନ୍ତନାଗର ଇରଫାନ ଅହମଦ ଏବଂ ତାଙ୍କ ଭାଇ ଶୌକତ ଅହମଦ ବୋଲି ଜଣାପଡିଛି । ସେ କହିଛନ୍ତି ଯେ, ପଶୁପାଳନ ପାଇଁ ଟ୍ରକରେ ନିଆଯାଉଥିବା ପାଖାପାଖି ୬ଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.