fbpx

ଶ୍ରାବଣ ସୋମବାର ଅଘଟଣ: ଦମ୍ପତ୍ତିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଗଲା ପୁଅ

ନବରଙ୍ଗପୁର: ଶ୍ରାବଣ ସୋମବାର ଦିନ ପୁଣି ଏକ ଅଘଟଣ । ନବରଙ୍ଗପୁର କୁନ୍ଦେଇ ଥାନା ଅନ୍ତର୍ଗତ ରାବଣଗୁଡ଼ା ଛକରେ ଏକ ମର୍ମନ୍ତୁଦ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଶିବ ମନ୍ଦିରରେ ପାଣି ଢ଼ାଳି ଦମ୍ପତ୍ତି ଫେରୁଥିବା ସମୟରେ ସେମାନଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.