ଭାରତର ଅର୍ଥନୀତି ଉଜାଡ଼ି ଦେବାକୁ ଖୁଲମଖୁଲ୍ଲା ଧମକ ଦେଲା ଆମେରିକା, ରୁଷିଆରୁ ତେଲ କିଣିଲେ…

ଥମୁନି ଆମେରିକାର ଟାରିଫ୍ ଧମକ । ପୁଣିଥରେ ଭାରତକୁ ଟ୍ରମ୍ପ ପ୍ରଶାସନ ଦେଖାଇଲା ନାଲି ଆଖି ।

ୱାଶିଂଟନ୍: ପୁଣିଥରେ ଭାରତକୁ ଧମକ ଦେଲା ଆମେରିକା । ଏଥର ଟ୍ରମ୍ପ ନୁହଁନ୍ତି, ତାଙ୍କ ଖାସ୍ ସହଯୋଗୀ ଭାରତ ସମେତ ଚାଇନା ଏବଂ ବ୍ରାଜିଲକୁ ଦେଖାଇଛନ୍ତି ନାଲି ଆଖି ।

ଟ୍ରମ୍ପଙ୍କ ସହଯୋଗୀ ତଥା ସନେଟର ଲିଣ୍ଡସେ ଗ୍ରାହମ ଏକ ଲାଇଭ୍ ଟିଭି ଚ୍ୟାନେଲରେ ବକ୍ତବ୍ୟ ଦେବାବେଳେ କହିଛନ୍ତି, ଦେଶଗୁଡ଼ିକ ରୁଷିଆଠାରୁ ତେଲ କିଣିବା ବନ୍ଦ ନ କଲେ, ସେମାନଙ୍କ ଉପରେ ସବୁଠାରୁ ଅଧିକ ଟାରିଫ୍ ଲଗାଯିବ ।

ତୈଳ ସମ୍ବନ୍ଧୀୟ ଆମଦାନୀ କ୍ଷେତ୍ରରେ ୧୦୦% ଟାରିଫ୍ ଲଗାଯିବା ଲାଗି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଯୋଜନା କରାଯାଉଛି । ଭାରତ, ଚାଇନା ଏବଂ ବ୍ରାଜିଲ୍ ରୁଷିଆରୁ ୮୦% ଅଶୋଧିତ ତୈଳ କ୍ରୟ କରୁଛନ୍ତି । ଯେଉଁ ଅର୍ଥକୁ ସେ ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ବିନିଯୋଗ କରୁଛି ବୋଲି ଗ୍ରାହମ କହିଛନ୍ତି ।

ଭାରତ, ଚାଇନା, ବ୍ରାଜିଲ ପରି ଯେଉଁ ଦେଶ ରୁଷିଆଠାରୁ ତେଲ କିଣୁଛନ୍ତି ସେମାନଙ୍କ ଉପରେ ୧୦୦% ଟାରିଫ୍ ଲଗାଯିବାର ଯୋଜନା କରୁଛନ୍ତି ଟ୍ରମ୍ପ । ଯାହାଫଳରେ ସେମାନଙ୍କ ଅର୍ଥନୀତି ଭୁଷୁଡ଼ି ପଡ଼ିବ ବୋଲି ସେ କହିଛନ୍ତି ।