ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର। ଭାଙ୍ଗିଲା ସବୁ ରେକର୍ଡ। ରାଜଧାନୀରେ ୧୦ ଗ୍ରାମ ପିଛା ସୁନାଦର ଏକାଥରେ ବଢ଼ିଲା ୩୬୦୦ ଟଙ୍କା। ଯାହାପରେ ଏବେ ସୁନା ୧୦ ଗ୍ରାମକୁ ରହିଛି ୧,୦୨,୬୨୦ ଟଙ୍କା। ଯାହାକି ପୂର୍ବର ସବୁ ରେକର୍ଡ ଭାଙ୍ଗିଛି।
ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ସୁନା ସହ ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି। ସୁନା ଦର ଏକଲକ୍ଷ ୨ ହଜାର ପାର କରିଛି। ସେହିପରି ରୂପାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।
ରୂପା ମୂଲ୍ୟ ୧୫୦୦ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୧,୧୪,୦୦୦ ରେ ପହଞ୍ଚିଛି। ବୁଧବାର ଦିନ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୧,୧୨,୫୦୦ ଥିଲା।
ଖବର ଅନୁଯାୟୀ, ଆମେରିକା ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିବା ପରେ, ଯାହାର ପ୍ରଭାବ ମୂଲ୍ୟବାନ ଧାତୁ ଉପରେ ସ୍ପଷ୍ଟ ଭାବରେ ଦେଖାଯାଇଛି।