fbpx

ଅମୀର୍ ଖାନଙ୍କ ତୃତୀୟ ବିବାହକୁ ନେଇ ସାମନାକୁ ଆସିଲା ସତ, ଜାଣନ୍ତୁ କଣ କହୁଛି ବିଶ୍ୱସ୍ତ ରିପୋର୍ଟ

Advertisement

ମୁମ୍ବାଇ: ବଲିଉଡ୍ ଅଭିନେତା ଅମୀର୍ ଖାନଙ୍କ ତୃତୀୟ ବିବାହର ଖବର ଏବେ ଧୂଆଁ ଭଳି ବ୍ୟାପିବାରେ ଲାଗିଛି । କିଛି ଦିନ ପୂର୍ବରୁ ହିଁ ଅମୀର୍ ନିଜ ସ୍ତ୍ରୀ କିରଣ ରାଓଙ୍କୁ ଛାଡ଼ପତ୍ର ଦେଇଥିଲେ । ସେ ସମୟରେ ଦୁହେଁ ଏକ ଜଏଣ୍ଟ ଷ୍ଟେଟମେଣ୍ଟ୍ ଜାରି କରିଥିଲେ । ସେଥିରେ କୁହାଯାଇଥିଲା ଯେ, ଏବେ ସେମାନେ ସ୍ୱାମୀ-ସ୍ତ୍ରୀ ନୁହନ୍ତି, କୋ-ପେରେଣ୍ଟ୍ ହିସାବରେ ସେମାନେ ପରିବାର ଭଳି ରହିବେ । ତେବେ ଛାଡ଼ପତ୍ର ପରେ ଅମୀର୍ ଙ୍କ ନାଁ ଅଭିନେତ୍ରୀ ଫାତିମା ସନା ଶେଖଙ୍କ ସହ ଯୋଡ଼ା ଯାଇଥିଲା । ଆଉ ଏହାପରେ ଅମୀର୍ ଖାନଙ୍କ ତୃତୀୟ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଦାବି ଉଠୁଛି ଯେ, ଅମୀର୍ ଖାନ୍ ଆସନ୍ତା ବର୍ଷ ଏପ୍ରିଲ୍ ମାସରେ ବିବାହ କରିବାକୁ ଯାଉଛନ୍ତି । ହେଲେ ଏବେ ଏହି ଖବରକୁ ଭୁଲ୍ ବୋଲି କୁହାଯାଇଛି । ଅମୀରଙ୍କ ବିବାହ ଆଦୌ ସତ ନୁହେଁ । ଏହି ଖବର ଅମୀର୍ ଖାନଙ୍କ ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ପାଇଛି । ଏହି ଖବର ସମ୍ପୂର୍ଣ୍ଣ ଭାବରେ ମିଛ, ସେ ଏପରି କିଛି କରୁନାହାନ୍ତି ବୋଲି କୁହାଯାଇଛି । ଅମୀର୍ ଖାନଙ୍କ ଫିଲ୍ମ “ଲାଲ୍ ସିଂହ ଚଡ୍ଢା” ଏପ୍ରିଲ୍ ମାସରେ ରିଲିଜ୍ ହେବା ପରେ ସେ ବିବାହ କରିବେ ବୋଲି ଖବର ପ୍ରକାଶ ପାଇଥିଲା ।

ସୂଚନାଯୋଗ୍ୟ, ଅମୀର ଖାନଙ୍କ ପ୍ରଥମ ବିବାହ ରିନା ଦତ୍ତାଙ୍କ ସହିତ ହୋଇଥିବା ବେଳେ ୨୦୦୨ ରେ ଛାଡ଼ପତ୍ର ହୋଇଯାଇଥିଲା । ଏହାପରେ ଅମୀର, କିରନ୍ ରାଓଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ଦୁଇଟି ବିବାହ ଅଧିକ ଦିନ ତିଷ୍ଠି ପାରିନଥିଲା ।

Get real time updates directly on you device, subscribe now.