fbpx

ପଞ୍ଜାବ ପରେ ଏବେ ଛତିଶଗଡ଼ରେ କଂଗ୍ରେସ କନ୍ଦଳ ଘନେଇଲା: ମୁଖ୍ୟମନ୍ତ୍ରୀ ଦାବିଦାର ଟି.ଏସ୍. ସିଂହଦେଓ ଯାଇପାରନ୍ତି ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ଯେମିତି ଶନିଦଶା ଘାରିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳର ସ୍ଥିତି ଭୁଶୁଡ଼ିବାରେ ଲାଗିଥିବା ବେଳେ ଦଳର କ୍ଷମତାଶାଳୀ ନେତାମାନେ ଦଳ ଛାଡ଼ିବାରେ ବ୍ୟସ୍ତ । ତେବେ ନିକଟରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ବିଜେପି ଯାଇ ପାରନ୍ତି କିମ୍ବା ଦଳ ଗଢ଼ିବା ନେଇ ଚର୍ଚ୍ଚା ହେଉଥିବାରୁ ଅନୁରୂପ ଭାବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଦାବିଦାର ଟି.ଏସ୍. ସିଂହଦେଓଙ୍କୁ କ୍ଷମତା ମିଳୁନଥିବାରୁ ସେ ଦଳ ଛାଡ଼ିପାରନ୍ତି ବୋଲି ଆଲୋଚନା ହେଉଛି ।

ରାଜ୍ୟ ରାଜନୀତିକୁ ନେଇ ବିଗତ କିଛିଦିନ ଧରି ଦଳୀୟ ମନ୍ତ୍ରୀ ଓ ନେତାଙ୍କ ଦିଲ୍ଲୀ ଗସ୍ତ ଜାରି ରହିଛି । ଏହାକୁ ନେଇ ଶ୍ରୀ ସିଂହଦେଓ କହିଛନ୍ତି ଯେ, ସେ ଜ୍ୟୋତିରାଦିତ୍ୟ ଓ ଅମରିନ୍ଦର ନୁହନ୍ତି, ସେ ହେଉଛନ୍ତି ଟି.ଏସ୍. ସିଂହଦେଓ । ସେ କେବେ ବି ଭାଜପାକୁ ଯିବେ ନାହିଁ କି ରାଜନୀତିକୁ ନେଇ ଅମିତ ଶାହଙ୍କୁ ମଧ୍ୟ ଭେଟିବେ ନାହିଁ । ବିଧାୟକମାନେ ଦିଲ୍ଲୀ ଯିବା କିଛି ନୂଆ କଥା ନୁହେଁ ବୋଲି ସେ କହିଛନ୍ତି । ତେବେ ବିଧାୟକଙ୍କ ଗସ୍ତ ପଛରେ କୌଣସି ରାଜନୀତି ନଥିବା ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବାଘେଲ ମଧ୍ୟ ସ୍ପଷ୍ଟ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.