fbpx

ଦେଶର ନୂତନ ଅର୍ଥ ସଚିବ ଭାବେ ତୁହିନକାନ୍ତ ପାଣ୍ଡେ ନିଯୁକ୍ତ

ନୂଆଦିଲ୍ଲୀ: ଶନିବାର ବରିଷ୍ଠ ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ ନୂତନ ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଥିଲା । ତାଙ୍କୁ ଟି ଭି ସୋମନାଥଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ଗତ ମାସ ଟି ଭି ସୋମନାଥଙ୍କୁ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ମିଳିବା ପରେ ଅର୍ଥ ସଚିବର ପଦବୀ ଖାଲି ପଡ଼ିଥିଲା ।

୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ଥିଲେ । ଏୟାର ଇଣ୍ଡିଆର ପ୍ରାଇଭେଟାଇଜେସନ୍ ଏବଂ ଦେଶର ସର୍ବବୃହତ ଆଇପିଓ LICରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତୁହିନକାନ୍ତ ବେଶ ଜଣାଶୁଣା । ବର୍ତ୍ତମାନ ସେ ନିବେଶ ଏବଂ ଲୋକ ସମ୍ପତ୍ତି ପ୍ରବନ୍ଧନ ବିଭାଗ(DIPAM)ର ସଚିବ ଭାବେ କାର୍ଯ୍ୟରତ ।

Get real time updates directly on you device, subscribe now.