fbpx
BSKY SKY
BSKY SKY

ଗୋଟିଏ ପତ୍ର ଅନେକ ଔଷଧ: ଏହାକୁ ସେବନ କଲେ କୋଷ୍ଠକାଠିନ୍ୟ, ହାଡ଼, ଥଣ୍ଡା, କାଶ, ହୃଦରୋଗ, ଅବସାଦ, ମୁଖ ଦୁର୍ଗନ୍ଧ ଆଦି ସମସ୍ୟାରୁ ମୁକ୍ତି

BSKY

ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ପୂଜା କରାଯାଇଥାଏ । କିଛି ଲୋକ ନାନା ପ୍ରକାରର ବିଧି ବିଧାନ ଦ୍ୱାରା ତୁଳସୀ ଗଛର ପୂଜା କରିଥାନ୍ତି । ତେବେ ତୁଳସୀରେ ଅନେକ ଔଷଧୀୟ ଗୁଣ ଭରି ରହିଛି, ଏକଥା ଅନେକଙ୍କୁ ଜଣା ନଥାଏ । ଏହା ମଣିଷର ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତୁଳସୀ ପତ୍ର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ଯଦି ଆପଣ ଦୈନିକ ୪ଟି ତୁଳସୀ ପତ୍ର ସେବନ କରିନ୍ତି, ତେବେ ଆପଣ ଅନେକ ରୋଗକୁ ଦୂରେଇ ପାରିବେ । ଖାଲିପେଟରେ ତୁଳସୀ ପତ୍ର ଖାଇଲେ ଆପଣଙ୍କର ପାଚନ ପ୍ରକ୍ରିୟା ମଜବୁତ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ତୁଳସୀ ପତ୍ରରେ ପୋଟାସିୟମ ଓ ଫୋଲେଟ ପରି ପୋଷକ ତତ୍ତ୍ୱ ରହିଥାଏ । ଏଥିସହ ଏହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ ।

ମୌସମ ପରିବର୍ତ୍ତନ ହେବା ଦ୍ୱାରା ଅଧିକାଂଶ ଲୋକ ଥଣ୍ଡା ଓ କାଶରେ ପୀଡ଼ିତ ହୋଇଥାନ୍ତି । ଆପଣ ଚା’ ଓ କାଢ଼ା ଭାବେ ତୁଳସୀ ପତ୍ରକୁ ପିଇ ପାରିବେ । ଛାତିରେ କଫ ଜମିବା ଓ ଥଣ୍ଡାକୁ ରୋକିବା କ୍ଷେତ୍ରରେ ଏହା ରାମବାଣ ପରି କାମ କରିଥାଏ । ଏହି ପତ୍ର ହୃଦରୋଗ ପାଇଁ ଲାଭକାରୀ ହୋଇଥାଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥିବାରୁ ଏହା ଫ୍ରି ରେଡିକଲ୍ସ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଆଜିକାଲି ଖରାପ ଜୀବନଶୈଳୀ କାରଣରୁ ଅଧିକାଂଶ ଲୋକ ଚାପରେ ରହୁଛନ୍ତି । ଏପରି ସ୍ଥଳେ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଚିନ୍ତା ଓ ଚାପ ସମସ୍ୟା ଦୂର ହୋଇଥାଏ । ଖାଲିପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ଅବସାଦରୁ ମୁକ୍ତି ମିଳିଥାଏ । ନିଃଶ୍ୱାସରେ ଦୁର୍ଗନ୍ଧ ଆସୁଥିଲେ ତୁଳସୀ ପତ୍ର ତାହାକୁ ଦୂର କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.