ଘରେ ଥିବା ତୁଳସୀ ପତ୍ର କରିଦେବ ମାଲାମାଲ୍! କେବଳ କରିବାକୁ ହେବ ଏହି ଗୋଟିଏ କାମ

ନୂଆଦିଲ୍ଲୀ: ଅନେକ ଲୋକ ବାସ୍ତୁ ଉପରେ ବିଶ୍ବାସ କରିଥାନ୍ତି । ତେବେ ଶୁଖିଲା ତୁଳସୀ ଘରୁ ଗରିବୀ ଦୂର କରିବା ସହିତ ସବୁ କାର୍ଯ୍ୟରେ ସଫଳତା ଦେଇପାରିବ ବୋଲି କୁହାଯାଇଛି ।

ସାଧାରଣତଃ ଶୀତ ଦିନରେ କମ୍ ପାଣି ଦେବା କାରଣରୁ ଗଛପତ୍ର ଶୁଖିଲା ଦେଖାଯାଇଥାଏ । ତୁଳସୀ ଗଛର ପତ୍ର ମଧ୍ୟ ଶୁଖିଲା ଦେଖାଯାଇଥାଏ । ଅନେକ ଲୋକ ଏହାକୁ ଅଶୁଭ ମଣୁଥିବା ବେଳେ ଜୋତିର୍ବିଦମାନେ ଏହାର ଅନେକ ଉପକାରିତା ରହିଥାଏ ବୋଲି କହିଛନ୍ତି ।

ଶୁଖିଲା ତୁଳସୀ ପତ୍ରକୁ ନାଲି କପଡାରେ ବାନ୍ଧି ଧନ ସ୍ଥାନରେ ରଖିଲେ ମହାଲକ୍ଷ୍ମୀଙ୍କର କୃପାଦୃଷ୍ଟି ପଡିଥାଏ ବୋଲି କୁହାଯାଇଥାଏ । ଏହା ଘରେ ସୁଖ ସମ୍ପତ୍ତି ଆଣିଥାଏ ବୋଲି କୁହାଯାଇଥାଏ । ଗରିବୀ ଦୂର ହୋଇଥାଏ ।

ଯଦି ଘରେ କୃଷ୍ଣ ଠାକୁର ରହିଛନ୍ତି, ତେବେ ପାଣିରେ ଶୁଖିଲା ପତ୍ର ପକାଇ ଢାଳିବା ଦ୍ବାରା ସୁଖ ମିଳିଥାଏ ବୋଲି କୁହାଯାଇଥାଏ । ବିଷ୍ଣୁ ଭୋଗରେ ମଧ୍ୟ ଏହାକୁ ପକାଇପାରିବେ । ତେଣୁ ଏହା ଘର ପାଇଁ ଉତ୍ତମ ବୋଲି ବିବେଚନା କରାଯାଇଥାଏ ।