fbpx
BSKY SKY
BSKY SKY

ଗୃହରେ ଚାଲିଥିଲା ବିତର୍କ, ଅଚାନକ ଆସନରୁ ଉଠି ମହିଳା ସାଂସଦଙ୍କୁ ଚାପୁଡା ମାରି ଚାଲିଲେ ଅନ୍ୟ ଜଣେ ସାଂସଦ

BSKY

ଟ୍ୟୁନିସିଆ : ସଂସଦରେ ଚାଲିଥିଲା ଜୋରଦାର ବିତର୍କ। ହେଲେ ଗୃହରେ ଘଟିଥିଲା ଅପ୍ରୀତିକର ଘଟଣା। କିଏ କଣ ବୁଝିବା ଆଗରୁ ଜଣେ ସାଂସଦ ଅନ୍ୟ ଜଣେ ମହିଳା ସାଂସଦଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ। ଏହି ଘଟଣା ଦେଖି ସମସ୍ତେ ତାଜୁବ। ଏମିତି ଏହି ଅଭାବନୀୟ ଘଟଣା ଘଟିଛି ଟ୍ୟୁନିସିଆ ସଂସଦରେ। ଘଟଣାର ଭିଡିଓ ସଂପ୍ରତି ଖୁବ୍ ଭାଇରାଲ ହେବାରେ ଲାଗିଛି। ଗୃହରେ ଆଲୋଚନା ବେଳେ ମହିଳା ସାଂସଦଙ୍କୁ ସାଂସଦ ସାହିବ ସମରା ଅନେକ ଚାପୁଡା ପକାଇଥିଲେ। ସମରା ହେଉଛନ୍ତି ନିର୍ଦ୍ଦଳୀୟ ସାଂସଦ। ଏହି ଭିଡିଓ ଜୁଲାଇ ୧ର ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ସାଂସଦ ସାହବି ସମରା ଗୃହରେ ଆଲୋଚନା ବେଳେ ଅବିର ମୋଉସି ନାମକ ମହିଳା ସାଂସଦଙ୍କ ସହ ଖୁବ୍ ଯୁକ୍ତିତର୍କ କରିଥିଲେ। ପୁଣି ଅଚାନକ ନିଜ ଆସନରୁ ଉଠି ମହିଳା ସାଂସଦଙ୍କ ପାଖକୁ ଯାଇଥିଲ। କିଏ କିଛି ବୁଝିବା ପୂର୍ବରୁ ତାଙ୍କୁ ପିଟିବାରେ ଲାଗିଥିଲେ। ତୁରନ୍ତ ଅନ୍ୟ ସାଂସଦ ଉଠିଆସି ସାହିବଙ୍କୁ ଅଟକାଇ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଅବିର ମୋଉସି ସଂସଦରେ ବିତର୍କ ସମୟରେ ଟ୍ୟୁନିସିଆ ସରକାର ଓ କାତାର ଫଣ୍ଡ ଫର ଡେଭଲପମେଣ୍ଟ ମଧ୍ୟରେ ହୋଇଥିବା ଚୁକ୍ତିନାମାର ତୀବ୍ର ବିରୋଧ କରିଥିଲେ। ଏହାକୁ ନେଇ ସାହିବ ସମରା ଓ ମହିଳା ସାଂସଦ ଅବିର ମୋଉସିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଅବିର ନିଜ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଫେସବୁକ୍ରେ ଲାଇଭ କରିଛନ୍ତି।

ଫେସବୁକ ଭିଡିଓରେ କ୍ୟାପସନ ଦେଇ ସେ ଲେଖିଛନ୍ତି, ମହିଳାଙ୍କୁ ଅପମାନ କରିବା ଏବଂ ନିୟମର ଉଲ୍ଲଂଘନ କରିବା ହେଉଛି ଏହି ସାଂସଦ ମହୋଦୟଙ୍କ ଅସଲ ଚେହେରା। ଅବିର ଫ୍ରି ଡିଷ୍ଟୋରିୟନ ପାର୍ଟିର ନେତା। ୨୦୧୯ରେ ଟ୍ୟୁନିସିଆରେ ଆୟୋଜିତ ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ୧୭ଟି ଆସନରେ ବିଜୟୀ ହୋଇଥିଲା।

Get real time updates directly on you device, subscribe now.