fbpx

କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ମୋଦି; କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । କରୋନା ମହାମାରୀ ସମୟରେ ଆମକୁ ପରସ୍ପର ସହଯୋଗ ସହିତ ଆଗକୁ ବଢିବାକୁ ପଡିବ ବୋଲି ମୋଦି କହିଛନ୍ତି । ମହାମାରୀର ସଠିକ୍ ମୁକାବିଲା କରିବାକୁ ହେଲେ ଆମକୁ ପରସ୍ପରର ସହାୟତା କରିବାକୁ ପଡିବ । ଏହି ସମୟରେ ଭାରତ ଅଗ୍ରଣୀ ଭୂମିକା ନିର୍ବାହ ପୂର୍ବକ ସମର୍ଗ ବିଶ୍ୱ ସହିତ ନିଜର ଜ୍ଞାନ କୌଶଳ ଆଦାନ ପ୍ରଦାନ କରିଥିବା ମୋଦି କହିଛନ୍ତି । ଟ୍ରେନିଂ ଓ ଟ୍ରେସିଂ କରୋନା ସଙ୍କଟକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

ଏହା ସହିତ ଦେଶରେ ଟିକାକରଣ ଆରମ୍ଭ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ କୋୱିନ୍ ଆପ୍ ନିର୍ମାଣ କରାଯାଇଥିବା ବେଳେ ସଫ୍ଟୱେର ମଧ୍ୟ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଓ ଉଗାଣ୍ଡା ପରି ବିଶ୍ୱର ୫୦ ରାଷ୍ଟ୍ର ଏହି ଡିଜିଟାଲ ବ୍ୟବସ୍ଥାକୁ ଆପଣେଇଛନ୍ତି । ମହାମାରୀକୁ ମୁକାବିଲା କରିବାରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଗୁଡିକ ମଧ୍ୟ ସକ୍ଷମ ହେବେ ନାହିଁ । ତେଣୁ କରୋନା ମୁକାବିଲା ପାଇଁ ପରସ୍ପର ଠାରୁ ଶିଖିବା ସହିତ ସହଯୋଗ କରିବା ଆବଶ୍ୟକ । ଏହା ସହିତ କରୋନାକୁ ହରାଇବା ପାଇଁ ଟିକାକରଣ ଏକମାତ୍ର ଉପାୟ ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.