fbpx

ଖାଉଟୀଙ୍କ ଲାଗି ଖୁସି ଖବର, ଖୁବ୍ ଶୀଘ୍ର ଶସ୍ତା ହେବ ହରଡ ଡାଲି

ନୂଆଦିଲ୍ଲୀ: ଏବେ ଦେଶରେ ବିଭିନ୍ନ ଖାଦ୍ୟପଦାର୍ଥର ଦାମ୍ ଯେପରି ଆକାଶଛୁଆଁ ହୋଇଛି ସେଥିରେ ବିଚରା ଖାଉଟୀ ଅଧା ପେଟରେ ରହିବା ସାର ହୋଇଛି । କିନ୍ତୁ ଏବେ ଖାଉଟୀଙ୍କ ଲାଗି ଏକ ଖୁସି ଖବର ସାମ୍ନାକୁ ଆସିଛି । ଆମ ଦେଶରେ ସବୁଠାରୁ ଅଧିକ ହରଡ ଡାଲିର ଚାହିଦା ରହିଛି । କିନ୍ତୁ ହରଡ ଡାଲିର ଦାମ୍ ଉଚ୍ଚା ରହିବାରୁ ଖାଉଟୀ ଏହା ଠିକ୍ ଭାବରେ ଖାଇପାରୁ ନାହାନ୍ତି । ଏବେ ତ ହରଡ ଡାଲିର ଦାମ୍ ବହୁତ ଅଧବକ ରହିଛି ଯାହା ଜଣେ ଗରିବ ଖଟିଖିଆ ପକ୍ଷରେ କିଣି ଖାଇବା ସମ୍ଭବ ନୁହେଁ । ଏହି ସମୟରେ ଏକ ଖୁସି ଖବର ଆସିଛି ସରକାର ନିଜର ବଫର ଷ୍ଟକରୁ ଏହି ଡାଲି ବିକ୍ରୟ କରିବେ । ଏହାଦ୍ୱାରା ହରଡାଲି ଦର କିଛି ମାତ୍ରାରେ ହ୍ରାସ ପାଇବ ।
ଜଣେ ଅଧିକାରୀଙ୍କ ବୟାନରେ କୁହାଯାଇଛି ସରକାର ଭାରତୀୟ ବଜାରକୁ ନୂଆ ଅମଳ ହୋଇଥିବା ଡାଲି ଆସିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ବଫରରୁ ମିଲ୍ ମାଲିକଙ୍କୁ ଡାଲି ବିକ୍ରୟ କରିବେ । ଖାଦ୍ୟ ମନ୍ତ୍ରଣାଳୟ ଅନୁସାରେ ଯେ ପର୍ଯ୍ୟନ୍ତ ଆମଦାନୀ ହୋଇ ଆସୁଥିବା ହରଡ ଡାଲି ବଜାରକୁ ନ ଆସିଛି ସେ ପର୍ଯ୍ୟନ୍ତ ସରକାର ନିଜ ବଫର ଷ୍ଟକରୁ ଡାଲି ଯୋଗାଇବେ । ମାର୍କେଟକୁ ଡାଲି ଯୋଗାଣ ଯେପରି ହ୍ରାସ ନ ପାଇବ ସେଥିପ୍ରତି ସରକାର ଯତ୍ନବାନ ହେବେ ବୋଲି କହିଛନ୍ତି । ଅନଲାଇନ୍ ପ୍ରକ୍ରିୟାରେ ସରକାର ମିଲ୍ ମାଲିକଙ୍କୁ ଏହି ଡାଲି ଯୋଗାଇବେ । ତେବେ ଖାଉଟୀଙ୍କୁ ଶସ୍ତା ଦରରେ ଡାଲି ଯୋଗାଇବା ଲାଗି ସରକାର ୨ ଜୁନ୍ ରେ ଜମାଖୋର ବା ବେଇମାନ ମହଜୁଦକାରୀଙ୍କୁ ରୋକିବା ଲାଗି ଆବଶ୍ୟକ ବସ୍ତୁ ଅଧିନିୟମ ୧୯୫୫ କୁ ଲାଗୁ କରି ହରଡ ଡାଲି ଭଣ୍ଡାରଣର ସୀମା ଧାର୍ଯ୍ୟ କରିଥିଲେ । ଏହି ଆଦେଶ ଜରିଆରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହରଡ ଡାଲି ଭଣ୍ଡାରଣ ସୀମା ନର୍ଦ୍ଧାରିତ କରି ଦିଆଯାଇଛି ।

 

Get real time updates directly on you device, subscribe now.