CHARIDHAM

ତୁର୍କୀ ଭୂକମ୍ପ: ତୁର୍କୀର କ୍ଷତ ଉପରେ ଲୁଣ ଛିଟିକା, ଅନେକ ସହରରେ ଭୂକମ୍ପ ପୀଡିତଙ୍କଠାରୁ ଲୁଟ୍ ଏବଂ ଠକାମି ଅଭିଯୋଗ, ୪୮ ଗିରଫ

ନୂଆଦିଲ୍ଲୀ: ପ୍ରଳୟକାରୀ ଭୁକମ୍ପରେ ଛାରକାର ହୋଇଯାଇଥିବା ତୁର୍କିରୁ ଆସିଛି ନିନ୍ଦନୀୟ ଖବର। ଭୁମୁକମ୍ପରେ ପିଡ଼ିତ ଅନେକ ସହରରେ ଲୋକଙ୍କୁ ନିଜ ଲୋକେ ଏବେ ଲୁଟ୍‌, ଠକାମି କରିଥିବା ଖବର ଆସିଛି। ନକଲି କଲ୍ କରି ଭୂକମ୍ପରେ ପୀଡିତଙ୍କୁ ଲୁଟ୍ କରୁଥିବା ଖବର ଆସିଥିବା ବେଳେ ଏହି ଅଭିଯୋଗରେ ଅତି କମରେ ୪୮ ଜଣଙ୍କୁ ଗିରଫ କରାଯାଇଥିଲା । ତୁର୍କୀର ଆନାଡୋଲୁ ଏଜେନ୍ସି କହିଛି ଯେ ଦେଶର ଦକ୍ଷିଣ ଭାଗରେ ଭୂକମ୍ପ ପ୍ରଭାବିତ ଆଠଟି ପ୍ରଦେଶରେ ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । କେବଳ ଦକ୍ଷିଣ ହାଟାଇ ପ୍ରଦେଶରେ ଅତି କମରେ ୪୨ ଜଣଙ୍କୁ ଗିରଫ କରାଯାଇଛି ।

ସୁରକ୍ଷା ଦଳ ୧୧,୦୦୦ ଆମେରିକୀୟ ଡଲାର, ୨୦ ଟି ସେଲଫୋନ୍‌, ଆଠଟି ଲାପଟପ୍‌, ୬ ଟି ବନ୍ଧୁକ ଏବଂ ତିନୋଟି ରାଇଫଲ ଜବତ କରିବା ସହ ବିଭିନ୍ନ ଲୋକଙ୍କ ଅଳଙ୍କାର ଏବଂ ବ୍ୟାଙ୍କ କାର୍ଡ ଜବତ କରିଛି। ହାଟାଇ ପ୍ରଦେଶରେ ଭୂକମ୍ପରେ ପୀଡିତଙ୍କ ନିକଟକୁ ଯାଉଥିବା ୬ଟି ଟ୍ରକ୍ ଲୋଡ୍ ଲୁଟ୍ କରିବାକୁ ଉଦ୍ୟମ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେହିଭଳି ଇସ୍ତାନବୁଲର ବାଇକୋଜ୍ ଜିଲ୍ଲାର ଦକ୍ଷିଣ ଗାଜିଆଣ୍ଟେପରେ ଭୂକମ୍ପରେ ପୀଡିତଙ୍କୁ ଟେଲିଫୋନ୍ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଖବର ଅନୁଯାୟୀ, ଟେଲିକମ୍ କର୍ମଚାରୀ ଭାବେ ପରିଚିତ ସନ୍ଦିଗ୍ଧମାନେ ପିଡ଼ିତଙ୍କୁ ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ୍ ବିବରଣୀ ମାଗିଥିଲ । ଯାହା ଦ୍ୱାରା ସେମାନଙ୍କୁ ସାହାଯ୍ୟ କରିପାରିବେ ।

ତୁର୍କୀର ଦକ୍ଷିଣ-ପୁର୍ବ ପ୍ରାନ୍ତ ଏବଂ ସିରିୟା ପାଖ ଅଞ୍ଚଳରେ ହୋଇଥିବା ୭.୮ ତିବ୍ରତାର ଭୁକମ୍ପରେ ଏପର୍ଯ୍ୟନ୍ତ ୨୮ ହଜାରରୁ ଉର୍ଦ୍ଧ ଲୋକେ ମୃତ୍ୟୁ ବରଣ କରିସାରିଲେଣି । ଏଭଳି ସମୟରେ ତୁର୍କୀ ସରକାର ରିଲିଫ କାର୍ଯ୍ୟ ଏବଂ ଉଦ୍ଧାର କାର୍ଯ୍ୟରେ ଜୋର ଦେବାକୁ ଚେଷ୍ଟା କରୁଛନ୍ତି । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ଶନିବାର କହିଛନ୍ତି ଯେ ଲୁଟେରାମାନଙ୍କୁ ଦୃଢ଼ତାର ସହିତ ଦମନ କରିବାର ଆବଶ୍ୟକତା ରହିଛି ।