fbpx

ମୋବାଇଲରେ ଏହି Setting ଅନ୍ କରନ୍ତୁ, କମିଯିବ ଗାଡ଼ି ତେଲ ଖର୍ଚ୍ଚ: Google ଆଣୁଛି ଦମଦାର ଫିଚର

ନୂଆଦିଲ୍ଲୀ: Google Map ହେଉଛି ଏକ ନାଭିଗେସନ୍ ଆପ୍ । ଏହାକୁ ପୃଥବୀର ଅଧିକାଂଶ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ଏହି ଆପ୍ ଜରିଆରେ ଭାରତୀୟଙ୍କ ପାଇଁ ଏକ ନୂଆ ଫିଚର ନେଇ ଆସିଛି । ଏହା ଗାଡ଼ି ଚାଳକମାନଙ୍କ ପାଇଁ ତେଲ କମ୍ ଖର୍ଚ୍ଚ କରିବ ବୋଲି ଜାଣିବାକୁ ମିଳିଛି । ଫୁଏଲ ସେଭିଙ୍ଗ ନାମକ ଏହି ଫିଚର ସମସ୍ତଙ୍କୁ ଖୁବ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଏହି ଫିଚର ଭାରତରେ ଲଞ୍ଚ୍ ହୋଇଯାଇଛି ।

ପୂର୍ବରୁ ଆମେରିକା, କାନାଡ଼ା ଏବଂ ୟୁରୋପ ଦେଶରେ ଏହି ଫିଚର ଲଞ୍ଚ୍ ହୋଇଥିଲା । ବର୍ତ୍ତମାନ ଭାରତରେ ଏହି ଫୁଏଲ ସେଭିଙ୍ଗ ଲଞ୍ଚ୍ କରୁଛି ଗୁଗଲ । ଏହା ସାହାଯ୍ୟରେ କେତେ ପ୍ରତିଶତ ତେଲ ସଞ୍ଚୟ ହେଉଛି, ତାହା ମଧ୍ୟ ଦେଖିପାରିବେ ୟୁଜର । ତେବେ ଏହି ଫିଚରକୁ ଅନ୍ କରିବା ପରେ ଗୁଗଲ ମ୍ୟାପ୍ସ ୟୁଜରଙ୍କ ରୁଟ୍, ଟ୍ରାଫିକଡ୍ରାସ୍ତାର ପରିସ୍ଥିତି ଏବଂ କିଲୋମିଟରକୁ ହିସାବ କରିପାରିବ ।

କିପରି ଅନ୍ କରିବେ ଏହି ସେଟିଙ୍ଗ?

  • ଗୁଗଲ ମ୍ୟାପ୍ସରେ ଫୁଏଲ ସେଭିଙ୍ଗ ଅନ୍ କରିବା ଖୁବ ସହଜ । ପ୍ରଥମେ ନିଜ ମୋବାଇଲରେ ଗୁଗଲ ମ୍ୟାପ୍ସ ଅନ୍ କରନ୍ତୁ ।
  • ଏହା ପରେ ପ୍ରୋଫାଇଲ ପିକଚର ଆଇକନ୍ ଉପରେ କ୍ଲିକ କରନ୍ତୁ ।
  • ସେଟିଙ୍ଗକୁ ଯାଇ ନାଭିଗେସନ୍ ଉପରେ କ୍ଲିକ କରନ୍ତୁ ।
  • ଏହାପରେ ସ୍କ୍ରୋଲ କରି ତଳେ ଥିବା ରୁଟ ଅପ୍ସନକୁ ଯାଆନ୍ତୁ ।
  • ଏଠାରେ ଥିବା Prefer fuel-Efficient Routes ଅପ୍ସନକୁ ଅନ୍ କରନ୍ତୁ ।

ତେବେ ଅନେକ ମୋବାଇଲରେ ଏହି ଫିଚର ପୂର୍ବରୁ ଅନ୍ ହୋଇ ରହିଥାଏ । ତେଣୁ ଅଧିକ ସୂଚନା ଜାଣିବା ପାଇଁ ଗୁଗଲ ମ୍ୟାପରେ ଇଞ୍ଜିନ ଏବଂ ଫୁଏଲର ଡାଟା ଅପଲୋଡ କରିପାରିବେ । ଏହା ପରେ, ଯେତେବେଳେ ଉପଭୋକ୍ତାମାନେ ନାଭିଗେସନ୍ ପାଇଁ ଆପ୍ ବ୍ୟବହାର କରନ୍ତି, ଆପରେ ସବୁଠାରୁ କମ୍ ଇନ୍ଧନ ସଞ୍ଚୟ ରାସ୍ତା ଦେଖିବାକୁ ମିଳିବ ।

Get real time updates directly on you device, subscribe now.