fbpx

ସୁଟିଂ ସେଟରେ ଟିଭି ସିରିୟଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ମେକଅପ୍ ରୁମରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ୨୦ ବର୍ଷିୟ ଟିଭି ସିରିୟଲ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି । ମେକଅପ୍ ରୁମରୁ ତାଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛିି । ସୂଚନାନୁସାରେ, ଟି ବ୍ରେକ୍ ସମୟରେ ମରାଠୀ ଅଭିନେତ୍ରୀ ତୁନିଶା ବାଥରୁମ୍ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ବାହାରି ନଥିଲେ । ବାଥରୁମରୁ ନ ବାହାରିବାରୁ କବାଟ ଭଙ୍ଗା ଯାଇଥିଲା । ଦେଖିବାକୁ ମିଳିଥିଲା ଯେ ତୁନିଶା ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ୱାଲିବ୍ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଅଧିକାରୀ କୈଲାଶ ବରଭେ କହିଛନ୍ତି ଯେ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ସମ୍ପର୍କରେ ସେ ସୂଚନା ପାଇଛନ୍ତି । ଏବଂ ପୋଲିସ ଘଟଣାସ୍ଥଳକୁ ଯାଉଛି । ତେବେ ଟିଭି ସିରିୟଲ ଅଭିନେତ୍ରୀ ଭାବେ ଜଣାଶୁଣା ଥିବା ତୁନିଶାଙ୍କ ଅତ୍ମହତ୍ୟା ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.