fbpx

କୁହୁଡି ଚାଦର ତଳେ ଟ୍ୱିନ ସିଟି; ଯାତାୟାତରେ ଅସୁବିଧା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କଟକ-ଭୁବନେଶ୍ୱରରେ କୁହୁଡ଼ିର ଆସ୍ତରଣ । ସବୁ ସ୍ଥାନରେ ହାଲୁକା କୁହୁଡ଼ି ଦେଖାଦେଉଥିବାରୁ ଯାତାୟାତରେ ଅସୁବିଧା । ସେପଟେ ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବାନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଆସନ୍ତା ଦୁଇ ଦିନ କୋରାପୁଟ, କନ୍ଧମାଳ, ରାୟଗଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ ।

ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ରେ ଅତି ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍‌ ରହିଥିଲା । ସେହିଭଳି ରାଇରଙ୍ଗପୁରଠାରେ ୨୮ ମିମି, ବିଜାତଳା ଓ ଜାମଦାରେ ୧୭ ମିମି, ରାସଗୋବିନ୍ଦପୁରରେ ୧୫ ମିମି, ତିରିଙ୍ଗରେ ୮.୨, ବହଳଦାରେ ୭ ମିମି ବର୍ଷା ହୋଇଛି। ଆଜି ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.