fbpx

ଏହି ସ୍କୁଲରେ ପାଠ ପଢ଼ୁଛନ୍ତି ଯାଆଁଳା ପିଲା; ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ସମାନ ମୁହଁ,ସମାନ ଆଖି,ସମାନ ଚେହେରା । ଜଣେ ଆର ଜଣଙ୍କ ଭଳି ଅବିକଳ । ପ୍ରାୟ ଯାଆଁଳା ଭାଇ ଭଉଣୀଙ୍କ ମୁହଁ ପରସ୍ପର ସହିତ ମିଶିଯାଇଥାଏ । କଥାରେ ଅଛି ଦୁନିଆରେ ସମାନ ଚେହେରା ଥିବା ଲୋକ ଅନେକ ଅଛନ୍ତି । ଭଗବାନ କାହାକୁ କେମିତି ଗଢ଼ିବେ କିଏ କହିପାରିବେ ନାହିଁ ।

କେରଳ କୋଦିନ୍ହି ଯାଆଳାଁ ଶିଶୂ ଗାଁ ଭାବରେ ବେଶ ପରିଚିତ । କିନ୍ତୁ ଏକା ପରି ଦେଖାଯାଉଥିବା କେତେକ ଛାତ୍ରଛାତ୍ରୀଙ୍କୁ ନେଇ ପଞ୍ଜାବର ଜଳନ୍ଦର ସ୍ଥିତ ପୋଲିସ୍ ପବ୍ଲିକ ଡ଼ିଏଭି ସ୍କୁଲର ପିଲାମାନେ ନଜର ଆସିଛନ୍ତି । ସେଠରେ ୭୬ ଜଣ ପିଲା ପାଠ ପଢ଼ନ୍ତି ଯାହାକି ସେମାନଙ୍କର ଚେହେରା ପରସ୍ପର ସହିତ ସମାନ । ଜଣେ ଭୁଲ୍ କଲେ ଆଉ ଜଣଙ୍କୁ ଦଣ୍ଡଦେବାର ଦୃଷ୍ଟାନ୍ତ ରହିଛି । ଯେତେବେଳେ ପ୍ରିନ୍ସପାଲ ଜାଣିଲେ ସେତେବେଳେ ଆଶ୍ଛର୍ଯ୍ୟ ହୋଇଯାଇଥିଲେ । ଏହା ଏବେ ଲିମକା ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ପ୍ରିନ୍ସପାଲ କହିଛନ୍ତି ।

ସେହିପରି ଆନ୍ଧ୍ରପ୍ରଦେଶର ଏକ ବିଦ୍ୟାଳୟ ମଧ୍ୟ ଚର୍ଚ୍ଚାରେ ରହିଛି । ଚିତୁର ଠାରେ ଥିବା କମ୍ପୋର୍ଡ଼ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମଧ୍ୟ ଯାଆଁଳା ଛାତ୍ରଛାତ୍ରୀ ପାଠ ପଢ଼ୁଥିବାର ଦେଖିବାକୁ ମିଳିଛି ।ଏହି ବିଦ୍ୟାଳୟରେ ୨ୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି । ଏହି ସମାନତାକୁ ନେଇ ଫେବୃଆରୀ ୨୨ ତାରିଖରେ ଯାଆଳାଁ ଦିବସ ରୂପେ ପାଳନ କରାଯାଇଥାଏ । ଏହା ଏକ ନିଆରା ଚିନ୍ତାଧାରା । ଯେତେବେଳେ ବିଦ୍ୟାଳୟରେ ୧୬ ଜଣ ପିଲାଙ୍କୁ ଚିହ୍ନଟ କରାଯାଇଥିଲା । ସେହି ବର୍ଷଠାରୁ ଯାଆଳାଁ ଦିବସ ପାଳନ କରାଯାଉଛି । ଏହି କାର୍ଯକ୍ରମ ୨୦୦୬ ମସିହାରୁ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.