fbpx

ଇଣ୍ଡିଆନ ମେଡିକାଲ ଆସୋସିଏସନର ଟ୍ୱିଟ୍ଟର ଆକାଉଣ୍ଟ ହ୍ୟାକ୍: ଏଲନ ମସ୍କଙ୍କ ନାମରେ ନାମିତ କଲା ହ୍ୟାକର୍

ନୂଆଦିଲ୍ଳୀ: ଭାରତୀୟ ମେଡିକାଲ ସଂଘ(ଆଇଏମଏ)ର ଟ୍ୱିଟ୍ଟକର ଆକାଉଣ୍ଟ ହ୍ୟାକ ହୋଇଛି । ରବିବାର କେବଳ ଆଇଏମଏ ନୁହେଁ ବରଂ ମନ୍ ଦେଶୀ ମହିଳା ବ୍ୟାଙ୍କର ଟ୍ୱିଟ୍ଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା । ଶିଳ୍ପପତି ତଥା ଟେସଲାର ମାଲିକ ଏଲନ ମସ୍କଙ୍କ ନାମରେ ଏହି ଆକାଉଣ୍ଟ ଗୁଡିକ ନାମିତ କରାଯାଇଥିଲା । ଏହା ସହିତ କିଛି ଟ୍ୱିଟ୍ ମଧ୍ୟ କରାଯାଇଥିଲା । ଉଭୟ ଆକାଉଣ୍ଟକୁ ମସ୍କଙ୍କ ନାମରେ ରଖାଯାଇଥିବା ବେଳେ କ୍ରିପଟୋକରେନ୍ସିକୁ ନେଇ କିଛି ଟ୍ୱିଟ୍ ମଧ୍ୟ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟ୍ଟର ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା । ମୋଦୀଙ୍କ ଆକାଉଣ୍ଟ ହ୍ୟାକ ହେବା ସହିତ କ୍ରିପଟୋ କରେନ୍ସି ସପକ୍ଷରେ ଟ୍ୱିଟ କରାଯାଇଥିଲା । ତେବେ ଏହି ଦୁଇ ଟ୍ୱିଟ୍ଟର ଆକାଉଣ୍ଟର ପାଶୱାର୍ଡ ଚୋରି ହୋଇଛି କିମ୍ବା କୌଣସି ମାଲୱେୟାର ଉପରେ କ୍ଲିକ୍ କରାଯାଇଥିବା ନେଇ ବିଶେଷଜ୍ଞ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଆଇସିଡବ୍ଲ୍ୟୁଏର ଟ୍ୱିଟ୍ଟର ଆକାଉଣ୍ଟ ରିକଭର ହୋଇଥିବା ବେଳେ ଆଇଏମଏ ଏବଂ ମନ୍ ଦେଶୀ ମହିଳା ବ୍ୟାଙ୍କର ଆକାଉଣ୍ଟ ଏଯାଏଁ ରିକଭର ହୋଇ ନାହିଁ ।

Get real time updates directly on you device, subscribe now.