fbpx
BJD SKY
BJD SKY

ଛାତ ଟିଣ କାଟି ଦୋକାନରୁ ଲୁଟ୍‌, ସିସିଟିଭିରେ ଦୃଶ୍ୟ କଏଦ

BJD

ରାଇଘର, (ଭାସ୍କର ନ୍ୟୁଜ୍‌): ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ସ୍ଥିତ ମୁଖ୍ୟବଜାରରେ ଥିବା ଆର୍‌.କେ.ଲୁଗା ଦୋକାନରେ ଚୋରି ହୋଇଥିବା ଜଣାପଡ଼ିଛି । ଦୋକନର ଛାତ ଟିଣ କାଟି ଭିତରେ ପଶିବା ସହ କଳାକନା ବୁଲାଇ ଫେରାଇ ହୋଇଗଲେ ଲୁଟେରା। ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହାକୁ ଆଧାର କରି ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଥାଉ କି, ଦୋକାନର ମାଲିକ ରାମକୃଷ୍ଣ ରାୟଙ୍କ ପୁଅ ସକାଳେ ଦୋକାନ ଖୋଲି ଦେଖିବ ବେଳେ ଛାତ ଉପରେ ଯିବା ରାସ୍ତା ନିକଟରେ ଟିଣ କଟା ଯିବା ଦେଖିବା ପରେ ବାପାଙ୍କୁ ଜଣାଇ ଥିଲା । ତା’ପରେ ଦୋକାନ ଭିତରେ ଚୋର ପଶିକିଛି ଜିନିଷ ଚୋରି ହୋଇଥିବା ସିସିଟିଭି କ୍ୟାମେରାରୁ ଫୁଟେଜ ଚେକ୍ କରିବା ପରେ ଜାଣିବାକୁ ପାଇଥିଲେ । ଏହା ପରେ ଦୋକାନ ମାଲିକ ପୋଲିସ ଷ୍ଟେସନରେ ଯାଇ ଅଭିଯୋଗ କରିଥିଲେ।  ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉ କି ଗତ କିଛି ଦିନ ହେବ ବାରମ୍ୱାର ଚୋରି ହେଉଥିବା ବେଳେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡି କରିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.