fbpx

ପୁରା ବିଶ୍ୱରେ ଡାଉନ୍ ଟ୍ୱିଟର , ଅସୁବିଧାରେ ୟୁଜର୍ସ, ସୋସିଆଲ ମିଡିଆରେ ଅଭିଯୋଗ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ର ସାରା ବିଶ୍ୱରେ କୋଟି କୋଟି ୟୁଜର୍ସ ରହିଛନ୍ତି । ଏହି କାରଣରୁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର ହଜାର ହଜାର ୟୁଜର୍ସ ସେମାନଙ୍କ ଆକାଉଣ୍ଟକୁ ଓପନ୍ କରିବାକୁ କିମ୍ବା ଟ୍ୱିଟ୍ ପୋଷ୍ଟ କରିବାରେ ଅସମର୍ଥ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ।

ଆମେରିକା, ବ୍ରିଟେନ, ଜାପାନ ଏବଂ ଭାରତ ସମେତ ବିଭିନ୍ନ ଦେଶର ୟୁଜର୍ସମାନଙ୍କ ସହିତ ହୋଇଥିଲା । ଉଭୟ ଡେସ୍କଟପ୍ ଏବଂ ମୋବାଇଲ୍ ଟ୍ୱିଟର ଓପନ୍ ହୋଇନଥିଲା । ପ୍ଲାଟଫର୍ମ ଡାଉନ ଥିବାବେଳେ ୟୁଜର୍ସମାନେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା କରୁଛନ୍ତି ।

ସୂଚନାଯୋଗ୍ୟ, ଏହା ଟ୍ୱିଟରର ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଫେବୃଆରୀରେ ଟ୍ୱିଟରର ସେବା ଘଣ୍ଟା ଘଣ୍ଟା ଧରି ରହିଥିଲା, ଯେଉଁଥିରେ ଉପଭୋକ୍ତାମାନେ କିଛି ପୋଷ୍ଟ ଅପଡେଟ୍ କରିବାରେ ସକ୍ଷମ ହୋଇନଥିଲେ।

ଗତ ବର୍ଷ ଅକ୍ଟୋବର ୧୬ ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଭାରତୀୟ ସମୟ ଅନୁଯାୟୀ, ସୋସିଆଲ ସାଇଟ୍ ଟ୍ୱିଟର ରାତି ପ୍ରାୟ ୭ ଟାରେ ଅଟକି ଯାଇଥିଲା। ଟୁଇଟର ବ୍ୟବହାରକାରୀମାନେ ସାଇଟରେ ଲଗ୍ ଇନ୍ କରିବାରେ ଅସୁବିଧା ଭୋଗିଥିଲେ । କୌଣସି ଟୁଇଟ୍ ପାଇପାରିଲା ନାହିଁ । କିଛି ଉପଭୋକ୍ତା ସେମାନଙ୍କ ଆକାଉଣ୍ଟକୁ ଲଗ୍ଇନ୍ କରିବାକୁ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.