fbpx

ଟୁଇଟରକୁ କିଣିଲେ ଏଲନ ମସ୍କ, ସିଇଓ ପରାଗ ଅଗ୍ରଓ୍ଵାଲ କହିଲେ- ଅନ୍ଧକାରରେ କମ୍ପାନୀର ଭବିଷ୍ୟତ

ନୂଆଦିଲ୍ଲୀ: ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଟୁଇଟରକୁ କିଣିବାରେ ସଫଳ ହୋଇଛନ୍ତି। ଟୁଇଟର ଉପରେ ଏଲନ ମସ୍କଙ୍କ ନଜର ପଡିବା ସହିତ କମ୍ପାନୀର ସିଇଓଙ୍କ ସହିତ ତାଙ୍କ ମଧ୍ୟରେ ମତଭେଦ ରହିଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଉଭୟ ଅଦ୍ୟାବଧି ଖୋଲାଖୋଲି ପରସ୍ପରର ବିରୋଧ କରି ନାହାନ୍ତି। ଏପରିକି ସାର୍ବଜନୀନ ମଞ୍ଚରେ ମଧ୍ୟ କୌଣସି ଟିପ୍ପଣୀ କରି ନାହାନ୍ତି। ହେଲେ ସ୍ଥିତି ବଦଳୁଥିବା ଦେଖିବାକୁ ମିଳିଛି।

ଟୁଇରର ସିଇଓ ପରାଗ ଅଗ୍ରଓ୍ଵାଲ ସୋମବାର କମ୍ପାନୀର କର୍ମଚାରୀଙ୍କୁ କହିଛନ୍ତି ଯେ, ଏଲନ ମସ୍କଙ୍କ ସହିତ ଚୁକ୍ତିନାମା ହେବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମର ଭବିଷ୍ୟତ ଅନିଶ୍ଚିତ ହୋଇ ପଡିଛି। ରୟଟର୍ସର ରିପୋର୍ଟ ଅନୁଯାୟୀ, ପରାଗ ଏହି କଥା କମ୍ପାନୀର ଟାଉନ ହଲ ମିଟିଂରେ କହିଛନ୍ତି।

ସୂଚନା ଅନୁଯାୟୀ, ମସ୍କ ଖୁବ୍ ଶୀଘ୍ର ଟୁଇଟରର କର୍ମଚାରୀଙ୍କ ସହିତ ପ୍ରଶ୍ନ ଏବଂ ଉତ୍ତର କାର‌୍ୟ୍ୟକ୍ରମରେ ଶୀଘ୍ର ଭେଟିବେ। ତେବେ ଏହାର ତାରିଖ ସ୍ପଷ୍ଟ ହୋଇ ନାହିଁ। ଏହି କାର‌୍ୟ୍ୟକ୍ରମ ନେଇ ପରାଗ ଅଗ୍ରଓ୍ଵାଲଙ୍କ ମସ୍କଙ୍କ କମ୍ପାନୀ ସହିତ ଆଲୋଚନା କରିଛନ୍ତି। ଏପରିକି କେଉଁ କର୍ମଚାରୀ ରହିବେ ଏବଂ କେଉଁ କର୍ମଚାରୀ ବିଦା ହେବେ ତା ଉପରେ ମଧ୍ୟ ଆଲୋଚନା ହୋଇଛି। ତେବେ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି ଯେ, ଟୁଇଟରରୁ କୌଣସ କର୍ମଚାରୀଙ୍କୁ ବାହାର କରାଯିବାର କୌଣସି ଯୋଜନା ନାହିଁ।

ତେବେ ସବୁଠୁ ବଡ କଥା ଏଲନ ମସ୍କ ଟୁଇଟରରେ ବଡ ପରିବର୍ତ୍ତନ କରି ପାରନ୍ତି। ଏହାରି ଆଧାରରେ ପୂର୍ବରୁ ବ୍ୟାନ ହୋଇଥିବା ୟୁଜର୍ସଙ୍କୁ ଏଥିରେ ସାମିଲ୍ କରାଯିବ। ଏମିତି ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ହ୍ୟାଣ୍ଡେଲକୁ ପୁଣି ଥରେ କାର‌୍ୟ୍ୟକ୍ଷମ କରାଯିବ।

Get real time updates directly on you device, subscribe now.