fbpx

Twitter ଲଞ୍ଚ କଲା ନୂଆ ଫିଚର୍: ଏତିକି ଫଲୋଅର୍ସ ଥିଲେ ଘରେ ବସି ହୋଇଯିବେ ମାଲାମାଲ୍

ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ଟଙ୍କା ରୋଜଗାର କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆପଣ ସୋସିଆଲ ମିଡ଼ିଆ ଜରିଆରେ ଅର୍ଥ ରୋଜଗାର କରି ମାଲାମାଲ ହୋଇପାରିବେ । ଟ୍ୱିଟରର ସୁପର ଫଲୋଜ୍ ଫିଚର ସହାୟତାରେ ଆପଣ ଅର୍ଥ ରୋଜଗାର କରିବାର ସୁଯୋଗ ରହିଛି ।

ନିକଟରେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ନୂଆ ଫିଚର ସୁପର ଫଲୋଜ୍ ଲଞ୍ଚ କରିଛି । ଏହା ମାଧ୍ୟମରେ କିଏଟର୍ସ ନିଜର ଫଲୋଅର୍ସଙ୍କ ସହିତ କଣ୍ଟେଣ୍ଟ ବାଣ୍ଟିବା ସହ ମାସିକ ରେଭିନ୍ୟୁ ଜେନେରେଟ୍ କରିପାରିବେ । ତେବେ ବର୍ତ୍ତମାନ ଏହି ଫିଚରର ସୁବିଧା ଆଇଓଏସ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । ସୁପର ଫଲୋ ସବସ୍କ୍ରିପ୍ସନ ପାଇଁ ଆପଣଙ୍କ ପାଖରେ ୧୦ ହଜାର ଫଲୋଅର୍ସ ରହିଥିବା ଦରକାର । ଏଥିସହିତ ଆପଣଙ୍କର ବୟସ ୧୮ ବର୍ଷ ହେବା ସହ ୩୦ ଦିନ ମଧ୍ୟରେ ୨୫ ଥର ଟ୍ୱିଟ୍ କରିଥିବା ଜରୁରୀ । ଥରେ ଆପଣ ଜଣକୁ ଫଲୋ କରିବା ପରେ ଆପଣଙ୍କ ଟାଇମଲାଇନ୍ ଉପରେ ସବସ୍କ୍ରାଇବର ଓନଲି କଣ୍ଟେଣ୍ଟସ୍ ଦେଖାଯିବ । ଯଦି ଆପଣ କାହାକୁ ସବସ୍କ୍ରାଇବ କରିବାକୁ ଚାହିଁବେ, ତେବେ ଆପ୍ ସବସ୍କ୍ରିପ୍ସନକୁ ଯାଇ ବା ଆଇଓଏସରୁ ସବସ୍କ୍ରାଇବ କରିପାରିବେ । ତେବେ ଏହି ଫିଚର ବର୍ତ୍ତମାନ କେବଳ ଆମେରିକା ଓ କାନାଡ଼ା ପାଇଁ ଜାରି କରାଯାଇଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ବିଶ୍ୱସ୍ତରରେ ଆଇଓଏସ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.