ନାବାଳିକାକୁ ପ୍ରଥମେ ବଳାତ୍କାର, ଗର୍ଭବତୀ ହେବା ପରେ ଜୀଅନ୍ତା ପୋତିବାକୁ ଉଦ୍ୟମ

ନଶବରା ଗାଁରେ ରହୁଥିବା ୬୦ ବର୍ଷର ଭାଗିରଥ ଦାସ, ପଞ୍ଚାନନ୍ ଦାସ ଦୁଇ ଭାଇଙ୍କ ନାଁରେ ଅଭିଯୋଗ ହୋଇଛି। ଗାଁ ପାଖରେ ଥିବା ମଠରେ ଏମାନେ କାମ କରୁଥିଲେ।

ଜଗତସିଂହପୁର: ମାସେ ପର୍ଯ୍ୟନ୍ତ କଲେ ନାବାଳିକାଙ୍କୁ ବଳତ୍କାର। ନାବାଳିକା ଗର୍ଭବତୀ ହେବା ପରେ ଜୀବନ୍ତ ପୋତି ଦେବାକୁ ଉଦ୍ୟମ କରୁଥିଲେ ଅପରାଧୀ। ଜଗତସିଂହପୁର ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି। କୁଜଙ୍ଗ ଥାନାରେ ଏନେଇ ଅଭିଯୋଗ କରାଯାଇଛି।

ଜଗତସିଂହପୁର ବନଶବରା ଗାଁରେ ରହୁଥିବା ୬୦ ବର୍ଷର ଭାଗିରଥ ଦାସ, ପଞ୍ଚାନନ୍ ଦାସ ଦୁଇ ଭାଇଙ୍କ ନାଁରେ ଅଭିଯୋଗ ହୋଇଛି। ଗାଁ ପାଖରେ ଥିବା ମଠରେ ଏମାନେ କାମ କରୁଥିଲେ।

ଆଉ ଏକ ବ୍ୟକ୍ତି ଟୁଲୁ ବାବୁ ସହ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି। ଖାଲି ଏତିକିରେ ଅପରାଧୀଙ୍କ କାରନାମା ଥମି ଯାଇନି। ନାବାଳିକା ଗର୍ଭବତୀ ହେବା ପରେ ତାଙ୍କୁ ଜୀବନ୍ତ ପୋତି ଦେବାକୁ ଉଦ୍ୟମ କରୁଥିଲେ ଏହି ତିନି ଜଣ ଅଭିଯୁକ୍ତ।

ଯାହା ପରେ ନାବାଳିକା ଜଣଙ୍କ ପାଞ୍ଚମାସର ଗର୍ଭବତୀ ହୋଇଥିଲେ। ଯେମିତି ଅଭିଯୁକ୍ତଙ୍କୁ ନାବାଳିକାଙ୍କ ଗର୍ଭବତୀ ହେବା ବିଷୟରେ ଜାଣିବାକୁ ପାଇଲେ ଘଟଣାକୁ ଲୁଚେଇବାକୁ ଅଭିଯୁକ୍ତମାନେ ଜୀବନ୍ତ ନାବାଳିକାଙ୍କୁ ପୋତି ଦେବାକୁ ଉଦ୍ୟମ କରୁଥିଲେ।

ହେଲେ ସଠିକ୍ ସମୟରେ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭାଗୀରଥି, ପଞ୍ଚାନନ। ଗାଁ ପାଖରେ ଥିବା ମଠରେ ଏମାନେ କାମ କରୁଥିଲେ। ତୃତୀୟ ଅଭିଯୁକ୍ତ ଟୁଟୁ ବାବୁ ଫେରାର ଅଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ଝିଅଟିର ବାପା କୁଜଙ୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହିଁ।