Big Breaking: ଲାଗାତର ୪ ଦିନ ବନ୍ଦ ରହିବ ବ୍ୟାଙ୍କ, କର୍ମଚାରୀ କରିବେ ଧର୍ମଘଟ… ପ୍ରଭାବିତ ହେବେ ଲୋକେ

ଭୁବନେଶ୍ୱର: ଆଗକୁ ୨ ଦିନ ବନ୍ଦ ରାହିବ ବ୍ୟାଙ୍କ । ମାର୍ଚ୍ଚ ୨୪, ୨୫ ତାରିଖରେ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିବାକୁ ଯାଉଛନ୍ତି ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି ।

୯ ଦଫା ଦାବି ନେଇ ଧର୍ମଘଟ ଡକରା ଦିଆଯାଇଥିବା ଜଣାପଡ଼ିଛି । ୬ ହଜାର ଶାଖାର ୩୭ ହଜାର କର୍ମଚାରୀ ସାମିଲ ହେବେ । ମାର୍ଚ୍ଚ ୨୨ ଓ ୨୩ ଛୁଟି ଥିବରୁ ଲାଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କରେ ଖାଲିଥିବା ପଦବୀ ତୁରନ୍ତ ପୂରଣ କରିବା ସାଙ୍ଗକୁ ଟେମ୍ପରାରି କର୍ମଚାରୀଙ୍କୁ ରେଗୁଲାର କରାଯିବା ପାଇଁ ସରକାରଙ୍କ ନିକଟରେ ଏମାନେ ଦାବି ରଖିବେ । ଏହାବ୍ୟତୀତ ସପ୍ତାହକୁ ୫ ଦିନ ୱାର୍କିଂ ଡେ’ କରିବା ପାଇଁ ମଧ୍ୟ ୟୁନିୟନର ଦାବି ରହିଛି ।

ଲାଗାତର ୪ ଦିନ ଧରି ବ୍ୟାଙ୍କ ବନ୍ଦ ନେଇ ସାଧାରଣ ଗ୍ରାହକ ଅସୁବିଧାରେ ସମ୍ମୁଖିନ ହେବେ । ବ୍ୟାଙ୍କ ବନ୍ଦ ରହିବା ସାଙ୍ଗକୁ ଏଟିଏମ୍ ସୁବିଧା ମଧ୍ୟ ବାଧାପ୍ରାପ୍ତ ହେବ ।