fbpx

ଆସନ୍ତା ସୋମ ଓ ମଙ୍ଗଳବାର ସମଗ୍ର ଦେଶରେ ଧର୍ମଘଟ: ଲଗାତର ୪ ଦିନ Bank ବନ୍ଦ ରହିବା କାରଣରୁ ATMରେ ହୋଇପାରେ କ୍ୟାଶର ଅଭାବ

ନୂଆଦିଲ୍ଲୀ: ବ୍ୟାଙ୍କର ଘରୋଇକରଣ ଓ ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ ୨୦୨୧ର ବିରୋଧ କରି ଦୁଇଦିନିଆର ହରତାଲ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ହରତାଲ ଆସନ୍ତା ୨୮ ଓ ୨୯ ତାରିଖରେ କରାଯିବ । ଏହା ଫଳରେ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ । ଏହାପୂର୍ବରୁ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଓ ଆଜି ରବିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ତେବେ ଲଗାତର ଚାରିଦିନ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଏଟିଏମରେ ପର୍ଯ୍ୟାପ୍ତ ମାତ୍ରାରେ ଅର୍ଥ ଉପଲବ୍ଧ ହୋଇ ନପାରେ । ଏହାଦ୍ୱାରା ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ତେବେ ଏହି ଦୁଇଦିନିଆ ଧର୍ମଘଟ ଫଳରେ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ । ଏହି ଧର୍ମଘଟ ଡାକରା ବିଭିନ୍ନ ବ୍ୟାଙ୍କିଂ ସଂଘ ପକ୍ଷରୁ ଦିଆଯାଇଛି । ଏହାକୁ ଧ୍ୟାନରେ ରଖି ବ୍ୟାଙ୍କମାନେ ସେମାନଙ୍କର ଜରୁରୀ କାର୍ଯ୍ୟ କରିସାରିଥିଲେ ହେଁ ଅନେକ ସେବା ପ୍ରଭାବିତ ହେବ ବୋଲି କୁହାଯାଇଛି । ଇଣ୍ଡିଆନ ବ୍ୟାଙ୍କ ସଂଘ (ଆଇବିଏ), ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ସଂଘ (ଏଆଇବିଇଏ), ବ୍ୟାଙ୍କ ଏମ୍ପ୍ଲଇ ଫେଡେରେସନ ଅଫ୍ ଇଣ୍ଡିଆ (ବିଇଏଫଆଇ), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ସଂଘ ((ଏଆଇବିଓଏ) ପକ୍ଷରୁ ଏହି ଧର୍ମଘଟରେ ସାମିଲ କରିବାକୁ ଅପିଲ କରାଯାଇଛି ।

Get real time updates directly on you device, subscribe now.