fbpx

ମହାନଦୀରେ ଫସିଛନ୍ତି ୨ଟି ହାତୀ: ନଜର ରଖିଛି ବନବିଭାଗ

Advertisement

ବାଙ୍କି(ଓଡ଼ିଶା ଭାସ୍କର): ବାଙ୍କି ଭଗିପୁର ନିକଟ ମହାନଦୀରେ ଫସି ରହିଛନ୍ତି ୨ଟି ହାତୀ । ସୂଚନା ମୁତାବକ, ହାତୀ ୨ଟି ସୁକାସେନ ଜଙ୍ଗଲ ପଟୁ ଚନ୍ଦକା ଅଭୟାରଣ୍ୟକୁ ଯାଉଥିଲେ । କିନ୍ତୁ ମହାନଦୀରେ ଫସିଗଲେ । ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଯାଇ ହାତୀ ଉପରେ ନଜର ରଖିଛନ୍ତି ।

ତେବେ ମୁଣ୍ଡଳି ପୋଲ ନିକଟରେ ଏକ ହାତୀ ମହାନଦୀରେ ଫସିବା ଓ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କର ସଲିଳ ସମାଧି ହେବା ସହ ହାତୀଟିର ମୃତ୍ୟୁ ଘଟିବା ଖବର ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନଥିବାବେଳେ ପୁଣି ୨ଟି ହାତୀ ମହାନଦୀରେ ଫସିଥିବା ଜଣାପଡିଛି ।

ଏହା ପୂର୍ବରୁ ବି ଚନ୍ଦକା ହାତୀ ଅଭୟାଅରଣ୍ୟରୁ ଆଠଗଡ ବନଖଣ୍ଡକୁ ଆସିଥିବା ହାତୀ ଶନିବାର ବାଳି ନିକଟ ବଉଳଠାରୁ ସୁନିଆ ମୁଁହ ଦେଇ ମହାନଦୀ ପାର ହୋଇ ରାତିରେ ଚନ୍ଦକା ଫେରୁଥିବାବେଳେ ୧୮ଘର ହାତୀଙ୍କ ମଧ୍ୟରୁ ଅନ୍ୟ ହାତୀ ସବୁ ଚାଲିଯାଇଥିବାବେଳେ ୨ଟି ହାତୀ ନଦୀ ଭିତରେ ଫସି ରହିଥିଲେ। ସର୍ପେଶ୍ୱର ରେଳଷ୍ଟେସନ ନିକଟରେ ପ୍ରଥମେ ହାତୀ ଦୁଇଟିଙ୍କୁ ମହାନଦୀରେ ଯାଉଥିବା କିଛି ଲୋକ ଦେଖିଥିଲେ। ତେବେ ପରେ ମହାନଦୀର ଏକ ପଠାରେ ହାତୀ ଦୁଇଟି ରହିଥିବା ସୂଚନା ପାଇ ବନବିଭାଗର ସହକାରୀ ବନ ସଂରକ୍ଷକ ପହଞ୍ଚି ହାତୀ ଦୁଇଟିଙ୍କୁ ନଦୀ ପାର କରିବା ପାଇଁ ଚେଷ୍ଟା କରିଥିଲେ।

Get real time updates directly on you device, subscribe now.