ବରଯାତ୍ରୀ ଯାଇ 2ସାଙ୍ଗ ଏପରି ଖାଇଲେ ଯେ, ଯାହାକୁ ଦେଖି ଲୋକଙ୍କର ହୋସ ଉଡ଼ିଗଲା

ସମସ୍ତେ କହିଲେ ବହୁ ଜନ୍ମ ହେଲାଣି ଏମାନେ ଖାଇନାହାଁନ୍ତି

ବିହାର: କାହାକୁ ବା ଖାଇବାକୁ ଭଲ ଲାଗିନଥାଏ। ଆଉ ଯଦି ମାଗଣା ଖାଇବାକୁ ମିଳିଯାଏ ତେବେ କିଛି ଲୋକ ତ ଏମିତି ଖାଆନ୍ତି ଯେମିତି ସେମାନେ ବହୁତ ବର୍ଷ ହେଲା କିଛି ଖାଇନାହାଁନ୍ତି। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରରେ। ଯାହାର ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି।

ସେଥିରେ ଦେଖାଯାଇଛି ଯେ, ଗୋଟେ ବାହାଘରକୁ 2ସାଙ୍ଗ ବରଯାତ୍ରୀ ଭାବେ ଯାଇଛନ୍ତି ଏବଂ ସେଠାରେ 2ଜଣ ମିଶି 25କିଲୋ ମାଛ ଖାଇଦେଇଛନ୍ତି। ଯାହାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ବାହାଘର ଏକ ଏମିତି ଜିନିଷ ଯେଉଁଠି ବର କନ୍ୟା ଯେତିକି ଖୁସି ନଥାନ୍ତି ସେତିକି ଖୁସି ଥାଆନ୍ତି ବରଯାତ୍ରୀ ଯେଉଁମାନେ ଯିବେ। ଧୁମ ନାଚ ଗୀତ ସହିତ ଖାଇବା ପାଇଁ ବି ସମସ୍ତେ ଆଗ୍ରହର ସହ ସେହି ଦିନକୁ ଚାହିଁ ବସିଥାନ୍ତି। କିନ୍ତୁ କିଛି ଜଣ ଏମିତି ଥାନ୍ତି ଖାଇବାରେ ଲାଜ ନକରି ପେଟ ପୁରେଇ ବହେ ଖାଇଥାନ୍ତି।

ସେହିପରି ଏଠାରେ ଦେଖିବାକୁ ମିଳିଛି 2ଜଣ ଲୋକ ମିଶି ଏକ ବରଯାତ୍ରୀ ଯାଇଛନ୍ତି ଆଉ 25କିଲୋ ମାଛ 2ଜଣ ମିଶି ଖାଇଛନ୍ତି। ଖାଲି ସେତିକି ନୁହେଁ ସେହି ମାଛ ସବୁର କଣ୍ଟାକୁ ପାହାଡ ପରି ଟେବୁଲ ଉପରେ ଗଦେଇଛନ୍ତି। ଯାହାକୁ ଦେଖି ଲୋକମାନେ କମେଣ୍ଟ ମାଧ୍ୟମରେ କହୁଛନ୍ତି ଯେ, ଲାଗୁଛି ଏମାନେ ବହୁତ ଦିନ ନୁହେଁ ବରଂ ବହୁତ ଜନ୍ମ ହେଲା ଖାଇନାହାଁନ୍ତି।