fbpx

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଫିସର

ସୁବର୍ଣ୍ଣପୁର, ୨୪ା୧୨ (ଓଡିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲା ଚେରୁପାଲି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ପିଇଓ) ଏବଂ ବ୍ରହ୍ମପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

ତେବେ ପିଇଓ ଦୁର୍ଯ୍ୟୋଧନ ମେହେରଙ୍କ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ପକ୍ଷରୁ ଶ୍ରୀ ମେହେରଙ୍କ ବାସଭବନ ସହିତ ପଞ୍ଚାୟତ ଅଫିସରେ ଚଢ଼ାଉ କରାଯାଇଥିଲା । ସମ୍ବଲପୁର ଡିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।

ସେହିପରି ବ୍ରହ୍ମପୁରର ଗୁଣୁପୁରର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଟିମର ୫ଟି ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ ।

Get real time updates directly on you device, subscribe now.