fbpx

ଦୁଇଟି ଏଲଇଡି ବଲ୍ବ, ଗୋଟିଏ ପଙ୍ଖାରେ ବିଲ୍ ୩୦ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ବସ୍ତିରେ ରହିଛି ଆଜବେଷ୍ଟ ଘର । ଘର ଭିତରେ ରହିଛି ଗୋଟିଏ ଫ୍ୟାନ ଦୁଇଟି ବଲ୍ । ନାଁ ଅଛି ଟିଭି ,ଫ୍ରିଜ୍ ନା ୱାସିଂମେସିନ୍ । କିନ୍ତୁ ବିଦ୍ୟୁତ୍ ବିଲ୍ ଆସିଛି ୨୯ ହଜାର୫୨୧ । ଯଦି ଘରେ କିଛି ନାହିଁ ତାହାଲେ ଏମାସର ବିଦ୍ୟୁତ୍ ବିଲ ଏତେ ଆସିଲା କେମିତି । ରାଜଧାନୀ ନୀଳାଦ୍ରୀ ବିହାରର ଈଶାଣେଶ୍ୱର ବସ୍ତିରେ ଏମିତି ଘଟଣା ଦେଖିବାକୁ ମିଳିଛି । ଟାଟ ପାୱାରର ଏଭଳି ଖାମଖିଆଲ ପାଇଁ ବସ୍ତିର ଜଗନ୍ନାଥ ଦାସ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେ ଭାବୁଛନ୍ତି ଯେ ଏବେ ଘର ବିକିବେ ନାଁ ନିଜକୁ ବନ୍ଧା ପକାଇ ବିଦ୍ୟୁତ୍ ବିଲ୍ ଜମା କରିବେ ।

ଜଗନ୍ନାଥ ସେହି ବସ୍ତିରେ ୧୦ ବର୍ଷ ହେବ ରହି ଆସୁଛନ୍ତି । ପେଷାରେ ସେ ଜଣେ ଗାଡି ଚାଳକ । ୨୦୧୩ରେ ବସ୍ତି ବାସିନ୍ଦାଙ୍କ ସହାୟତାରେ ଟଙ୍କା ଜମା କରି ଘରକୁ ବିଦ୍ୟୁତ୍ ସଂଯୋଗ କରି ଆଣିଥିଲେ । କିନ୍ତୁ ତାଙ୍କ ଘରେ କେବଳ ଫ୍ୟାନ ଆଉ ଏଲଇଡି ବଲ ଛଡା ଆଉ କିଛି ନାହିଁ । ପ୍ରତି ମାସରେ ସେ ୨୦୦ ଟଙ୍କାରୁ ୪୦୦ ଶହ ଟଙ୍କର ବିଲ୍ ଆସେ । ପୂର୍ବ ମାସରେ ତାଙ୍କର ୨୮୫ ଟଙ୍କାର ବିଲ୍ ଆସିଥିଲା । କିନ୍ତୁ ସେ ସବୁ ମାସରେ ବାକି ନ ରଖି ବିଲ୍ ଜମା କରି ଦିଅନ୍ତି ।

ହେଲେ ହଠାତ୍ ଗତ କାଲି ତାଙ୍କର ବିଲିଂ କରିବାକୁ ଆସିଥିବା ବିଦ୍ୟୁତ୍ କର୍ମଚାରୀ ତାଙ୍କର ମିଟର ଦେଖି କହିôତଲେ କି ତୁମର ଆଜି ଯାଏଁ ୬୩୧୧ ୟୁନିଟ୍ ହୋଇଛି । ସେହି ଅନୁଯାୟୀ ଏମାସର ବିଲ୍ ହୋଇଛି ୨୯ ହଜାର ୫ଶହ ୨୧ ଟଙ୍କା । ତେବେ ଏହାକୁ ବିରୋଧ କରିବାରୁ କର୍ମଚାରୀ ଜଣଙ୍କ ବିଲିଂ ନକରି ପଳାଇଥିଲେ । ପୁଣି ପରେ ବିଲିଂ କରିବାକୁ ଆସିଥିଲେ । ଯାହକୁ ଦେଖି ଜଗନ୍ନାଥଙ୍କ ମୁଣ୍ଡରେ ଏବେ ଚଡ଼କ ପଡିଛି । ସେ ଯାହାକୁ ଯୋଗାଯୋଗ କଲେ କେହି ବି ଶୁଣୁ ନାହାନ୍ତି । ସେ ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି । ଅନ୍ୟପଟେ ବସ୍ତିବାସିନ୍ଦାଙ୍କ ଅଭିଯୋଗ ରହିଛି ଯେ ଆଗରୁ ଅଳ୍ପ ଅଳ୍ପ ବିଲ୍ ଆସୁଥିଲା ଯେବେ ଠାରୁ ଟାଟା ପାୱାର ଆସିଛି ସବୁମାସରେ ଅଧିକ ବିଲ୍ ଆସୁଛି । ସେପଟେ ଟାଟା ପାୱାର ଯନ୍ତ୍ରୀ କହିଛନ୍ତି ଏଯାଏଁ ମୋ ପାଖରେ କୌଣସି ଅଭିଯୋଗ ହୋଇ ନାହିଁ ।

Get real time updates directly on you device, subscribe now.