fbpx

ଦୁଇ ହାଇବ୍ରିଡ ଆତଙ୍କବାଦୀଙ୍କୁ ଧରିଲା କାଶ୍ମୀର ପୋଲିସ, ଜବତ ହେଲା ହତିଆର

ଜମ୍ମୁ-କାଶ୍ମୀର ପୋଲିସ ଦୁଇ ହାଇବ୍ରିଡ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛି । ସୋମନଙ୍କ ପାଖରୁ ବିପୁଳ ମାତ୍ରାରେ ହତିଆର ଜବତ ମଧ୍ୟ ହୋଇଛି । ପୋଲିସର କହିବା ଅନୂଯାୟୀ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ଏବଂ ଏମାନେ ଲଶ୍କର-ଏ-ତୋଏବା ସହ ଜଡ଼ିତ ।

ଏକ ରିପୋର୍ଟ ଅନୂଯାୟୀ, ହାଇବ୍ରିଡ୍ ଆତଙ୍କୀମାନେ ପୋଲିସ ରେକର୍ଡରେ ଆତଙ୍କବାଦୀ ଭାବରେ ନଥାନ୍ତି, କିନ୍ତୁ ଏମାନଙ୍କୁ ଏଭଳି ଟ୍ରେନିଂ ଦିଆଯାଇଥାଏ ଯେ ଏମାନେ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଆତଙ୍କୀ ସଂଗଠନ ଏମାନଙ୍କର ବ୍ୟବହାର କରିଥାନ୍ତି । ଏମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇଥାନ୍ତି ଏବଂ ଏହାପରେ ସାଧାରଣ ଜୀବନ ବିତାଇଥାନ୍ତି । ଏହି କାରଣରୁ ଏମାନଙ୍କ ଉପରେ ସନ୍ଦେହ କରାଯାଇନଥାଏ ।

କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ ସୋମବାର ଶ୍ରୀନଗର ପୋଲିସ ଆତଙ୍କୀ ସଂଗଠନ ଲଶ୍କର-ଏ-ତେଏବା ସହ ଜଡ଼ିତ ଦୁଇ ହାଇବ୍ରିଡ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ୧୫ ପିସ୍ତଲ, ୩୦ ମାଗାଜିନ୍, ୩୦୦ ରାଉଣ୍ଡ ଗୁଳି ଏବଂ ଦୁଇଟି ସାଇଲେନ୍ସର ଜବତ ହୋଇଛି । ଏହା ପୋଲିସକୁ ଏକ ବଡ଼ ସଫଳତା, ସେମାନଙ୍କ ବିରୋଧେରେ ମାମଲା ରୁଜୁ କରାଯାଇଛି ଏବଂ ଯାଞ୍ଚ ଜାରିରହିଛି ବୋଲି କହିଛନ୍ତି ଆଇଜି ।

Get real time updates directly on you device, subscribe now.