fbpx

ଦୁଇ ନାବାଳିକାକୁ ଗଣ ଦୁଷ୍କର୍ମ ; ଯାତ୍ରା ଦେଖି ଫେରୁଥିଲେ, ଜଣଙ୍କୁ ବ୍ରିଜ୍ ତଳକୁ ଫିଙ୍ଗି ଦେଲେ ଓ ଅନ୍ୟ ଦୁଇକୁ ଉଠାଇ ନେଲେ

Advertisement

ଭୁବନେଶ୍‌ବର : ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ଜଣ ନାବାଳିକା ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୩ ଜଣ ନାବାଳିକା ଯାତ୍ରା ଦେଖି ଫେରୁଥିଲେ । କିଛି ଯୁବକ ଗୋଷ୍ଠୀ ହୋଇ ସେମାନଙ୍କୁ ଅଟକାଇବା ସହ ଅଭଦ୍ରାମି କରିଥିଲେ । ଏହାକୁ ବିରୋଧ କରିବାର ୩ ଜଣ ନାବାଳିକାଙ୍କ ମଧ୍ୟରୁ ଜଣଙ୍କୁ ସେମାନେ ବ୍ରିଜ୍ ତଳକୁ ଫିଙ୍ଗି ଦେଇଥିଲେ । ଅନ୍ୟ ଦୁଇ ଜଣଙ୍କୁ ଉଠାଇ ନେଇ ସେମାନେ ଗଣ ଦୁଷ୍କର୍ମ କରିଥିଲେ ।

ଅଭିଯୁକ୍ତମାନେ ସେଠାରୁ ଫେରାର ହେବା ପରେ ପୀଡିତା ଘରକୁ ଯାଇ ଏସବୁ ବିଷୟରେ ଜଣାଇଥିଲେ । ଏନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଉଭୟ ନାବାଳିକା ଡାକ୍ତରୀମାଇନା ପାଇଁ ପଠାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ଅଯକ ରଖି ପଚରାଉଚରା କରୁଥିବା ବେଳେ ଆନ୍ୟ ୫ ଜଣ ଫେରାର ଥିବା ଜଣାପଡିଛି । ବ୍ରିଜ୍ ତିଳକୁ ଫିଙ୍ଗି ଦିଆଯାଇଥିବା ନାବାଳିକଙ୍କ ଅବସ୍ଥା ଗୁରୁତର ରହିଛି ।

Get real time updates directly on you device, subscribe now.