fbpx

ପଛରେ ପଡ଼ିଲେ ୨ ଜଣ ଓଲିଉଡ୍ ଷ୍ଟାର: ଦୁଇ ଜଣ ରହିଛନ୍ତି ଆଗରେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି ଚାଲିଛି । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି । ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି ।

ତେବେ ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର ୪ ଜଣ ଓଲିଉଡ୍ ଷ୍ଟାର ଲଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ ଜଣ ଆଗରେ ରହିଥିବା ବେଳେ ୨ ଜଣ ପଛରେ ରହିଛନ୍ତି । ଦିଗପହଣ୍ଡି ଆସନରେ ବିଜେପି ପ୍ରାର୍ଥୀ ସିଧାନ୍ତ ମହାପାତ୍ର ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ରଙ୍କ ଠାରୁ ୯୯୯ଟି ଭୋଟରେ ଆଗରେ ରହିଛନ୍ତି । ସିଦ୍ଧାନ୍ତ ୧୦,୩୨୧ଟି ଭୋଟ ପାଇଛନ୍ତି ।

ବଡ଼ଚଣା ଆସନରେ ବିଜେପି ପ୍ରାର୍ଥୀ ଅମର କୁମାର ନାୟକ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ୩୮୬୦ଟି ଭୋଟରେ ଆଗରେ ରହିଛନ୍ତି । ଅମର ୧୪,୮୬୧ଟି ଭୋଟ ପାଇଛନ୍ତି । କୋରେଇରେ ଆକାଶ ଦାସନାୟକ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କ ଠାରୁ ୪୦ଟି ଭୋଟରେ ଆଗରେ ରହିଛନ୍ତି । ଆକାଶ ୮୧୦୧ଟି ଭୋଟ ପାଇଛନ୍ତି । ସେହିପରି ସାଲେପୁର ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଠାରୁ ୧୯୬୩ଟି ଭୋଟରେ ଆଗରେ ରହିଛନ୍ତି । ପ୍ରଶାନ୍ତ ୧୫,୫୦୮ଟି ଭୋଟ ପାଇଛନ୍ତି ।

Get real time updates directly on you device, subscribe now.