fbpx

(Video) କୁକୁରକୁ ବଞ୍ଚାଇବା ଲାଗି ବନ୍ୟା ସ୍ରୋତକୁ ଡେଇଁପଡିଲେ ଦୁଇ ବ୍ୟକ୍ତି, ଭିଡ଼ିଓରେ ଦେଖନ୍ତୁ ପରେ କଣ ହେଲା

Advertisement

ନୂଆଦିଲ୍ଲୀ: ମୌସୁମୀ ପ୍ରଭାବରୁ ଉତ୍ତର ଭାରତରେ ଲଗାତାର ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳରେ ବନ୍ୟାର ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷା ପ୍ରକୋପ କାରଣରୁ ଭୂସ୍ଖଳନ, ବହୁ ଧନ ଜୀବନ ନଷ୍ଟ ହୋଇଛି । ଲଗାତାର ବର୍ଷା ପରେ ନଦୀରେ ବନ୍ୟା ଆସି ବହୁ ସହର ଏବଂ କ୍ଷେତରେ ପାଣି ପଶିଯାଇଛି । ଏହି ଲଗାଣିଆ ମୁସଳଧାରା ବର୍ଷାରେ ପଶୁ ପକ୍ଷୀମାନେ ମଧ୍ୟ ବହୁ ଅସୁବିଧାର ଶିକାର ହୋଇଛନ୍ତି । ଉତ୍ତର ଭାରତରେ ବର୍ଷା ଏବଂ ବନ୍ୟା ବହୁ ସଙ୍କଟ ପରିସ୍ଥିତିର ଚିତ୍ର ସାମ୍ନାକୁ ଆସୁଥିବା ବେଳେ, ବନ୍ୟାସ୍ରୋତରେ ଭାଷିଯାଉଥିବା ଏକ କୁକୁରକୁ ଦୁଇ ବ୍ୟକ୍ତି ଉଦ୍ଧାର କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ଏକ ସଡ଼କ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ଏହି ସମୟରେ ଏକ କୁକୁରଟି ସେହି ପାଣିରେ ଭାସିଯାଉଛି । ଏହାରି ମଧ୍ୟରେ ଜଣେ ଯୁବକ ପ୍ରଥମେ ସେହି ପାଣି ସ୍ରୋତରେ ପଶି କୁକୁରକୁ ବଞ୍ଚାଇବାକୁ ଚାହୁଁଛନ୍ତି । ହେଲେ ପାଣି ସ୍ରୋତ ଅଧିକ ଥିବାରୁ କୁକୁରଟି ପୁଣି ଭାସିଯାଉଛି । ସେହି ବ୍ୟକ୍ତିଙ୍କ ପଛରେ ଅନ୍ୟ ଜଣେ ବ୍ୟକ୍ତି ପୁଣି ସେହି କୁକୁରକୁ ଧରି ନେଇ ତାର ଜୀବନ ରକ୍ଷା କରୁଛନ୍ତି । ଏହା ବ୍ୟତୀତ ସେହି ଦୁଇ ବ୍ୟକ୍ତି ନିଜ ଜୀବନକୁ ବିପଦରେ ପକାଇ କୁକୁର ଜୀବନକୁ ରକ୍ଷା କରିଛନ୍ତି । ଏହି ଦୁଇ ଜଣ ବ୍ୟକ୍ତିଙ୍କ ଏପରି କାର୍ଯ୍ୟ ଦେଖି ଜଣାପଡିଛି ଯେ, ଆଜି ମଧ୍ୟ ମଣିଷତ୍ୱ ବଞ୍ଚିରହିଛି । ଏହାସହ ପରିସ୍ଥିତି ଯେପରି ହେଉନା କାହିଁକି ସେ ଅନ୍ୟ ଜଣଙ୍କ ସାହାଯ୍ୟ କରିବାକୁ ପଛାଇବେ ନାହିଁ ।

 

View this post on Instagram

 

A post shared by Viral Bhayani (@viralbhayani)

‘ଭାଇରାଲ ଭୟାନି’ ଆକାଉଣ୍ଟରୁ ଏହା ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହି ଦୁହିଁଙ୍କ ଏପରି ମହାନ କାର୍ଯ୍ୟ ସମସ୍ତଙ୍କ ମନକୁ ଛୁଇଁଛି । ବହୁ ବ୍ୟବହାରକାରୀ ସେମାନଙ୍କ ମହାନତାପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ଏବଂ ପ୍ରଶଂସା କରିଛନ୍ତି । ଏହି ଭିଡିଓରେ ଅନେକ ଜଣ ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏହି ଐଶ୍ୱରୀୟ କାର୍ଯ୍ୟ ସବୁଠାରୁ କଷ୍ଟ ଅଟେ, ତେଣୁ ଏହି ଲୋକଙ୍କୁ ପୁରସ୍କୃତ କରାଯିବ। ଭଗବାନ ବିଷ୍ଣୁ ସେମାନଙ୍କୁ ସର୍ବଦା ସୁରକ୍ଷା ଦେବେ।” ଜଣେ ତୃତୀୟ ଉପଭୋକ୍ତା ଲେଖିଛନ୍ତି, ଏହିପରି ଲୋକମାନଙ୍କ ପାଇଁ ଭଗବାନଙ୍କୁ ଧନ୍ୟବାଦ, ଯେଉଁମାନେ ରହିବାକୁ ଭଲ ସ୍ଥାନ ତିଆରି କରନ୍ତି।

Get real time updates directly on you device, subscribe now.