ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲ ୧ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ଜୁନିୟର ମହିଳା ହକି ବିଶ୍ୱକପ୍ । ବିଶ୍ୱକପ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ସଲିମା ଟେଟେଙ୍କୁ ଅଧିନାୟିକା ଓ ଇଶିକା ଚୌଧୁରୀଙ୍କୁ ଉପଅଧିନାୟିକା ଭାବେ ଦାୟିତ୍ୱ ଦିଆଯାଇଛି । ତେବେ ଏହି ଟିମରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ମିଡଫିଲ୍ଡର ଆଜମିନା କୁଜୁର ଓ ଫରୱାର୍ଡ ଜୀବନ କିଶୋରୀ ଟପ୍ପୋ । ଏଥିସହ ୫ ଜଣ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ରାଜ୍ୟର ମାଧୁରୀ କିଣ୍ଡୋ ସ୍ଥାନ ପାଇଛନ୍ତି ।
ଭାରତୀୟ ଦଳ: ଗୋଲକିପର- ବିଚୁ ଦେବୀ, ଖୁସବୁ । ଡିଫେଣ୍ଡର- ମାରିନା ଲାଲରାମଘାକି, ପ୍ରୀତି, ପ୍ରିୟଙ୍କା, ଇଶିକା ଚୌଧୁରୀ, ଅକ୍ଷତା ଆବାସୋ ଦେଖାଲେ । ମିଡଫିଲ୍ଡର- ବୈଷ୍ଣବୀ, ଭିଥାଲ ଫାଲକେ, ସଲିମା ଟେଟେ, ରୀତ, ଆଜମିନା କୁଜୁର, ଶର୍ମିଳାଦେବୀ, ଲାଲରେମସିଆମି, ବଲଜିତ କୌର । ଫରୱାର୍ଡ- ଲାଲରିନଡିକି, ଜୀବନ କିଶୋରୀ ଟପ୍ପୋ, ମମତାଜ ଖାନ, ବିୟୁଟି ଡୁଙ୍ଗଡୁଙ୍ଗ, ଦୀପିକା ଓ ସଙ୍ଗୀତା କୁମାରୀ । ଷ୍ଟାଣ୍ଡବାଏ- ମାଧୁରୀ କିଣ୍ଡୋ, ନୀଲମ, ମଞ୍ଜୁ ଚୌରାଶିଆ, ଋତୁଜା ଓ ଅନୁ ।