ପ୍ରଥମେ ୟୁଟ୍ୟୁବରେ ଦେଖିଲେ କେମିତି ଟ୍ରାନ୍ସଫର ହେବ ପିତାଙ୍କ ସଂପତ୍ତି, ପରେ ନିଜ ଜନ୍ମ କଲା ବାପାକୁ ମାରିଦେଲେ ଦୁଇ ଭାଇ
ନିଜ ଜନ୍ମ କଲା ବାପାକୁ ଜୀବନରୁ ମାରିଦେଲେ ଦୁଇ ଭାଇ, ସମ୍ପତ୍ତି ଲୋଭରେ କରିଲେ ଏହି ହତ୍ୟା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦୁଇ ଭାଇ ମିଶି ନିଜ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏହି ମାମଲାର ବର୍ତ୍ତମାନ ଖୁଲାସା ହୋଇଛି।
ଏହି ମାମଲା ଚାଞ୍ଚଲ୍ୟକର କାରଣ ଏହି ଦୁଇ ଭାଇ ନିଜ ବାପାଙ୍କୁ ହତ୍ୟା କରିବା ପୂର୍ବରୁ ୟୁଟ୍ୟୁବରେ ଦେଖିଥିଲେ ବାପାଙ୍କ ସଂପତ୍ତି କେମିତି ନିଜ ନାମରେ କରିହେବ।
ପୋଲିସ କହିବାନୁଯାୟୀ, ମୃତ ବାପାଙ୍କ ନାମରେ ୩୮ ଏକର ଜମି ଥିଲା। ସେ ମଦ ଏବଂ ଜୁଆ ଖେଳୁଥିଲେ। ଅଭିଯୁକ୍ତ ଦୁଇ ଭାଇଙ୍କୁ ଲାଗୁଥିଲା ଯେ, ତାଙ୍କ ବାପା ଜମି ବାଡି ବିକ୍ରି କରିଦେବେ। ଏହି କାରଣରୁ ଦୁଇ ଭାଇ ମିଶି ବାପାଙ୍କୁ ମାରିବାକୁ ନିଷ୍ପତ୍ତି ନେଲେ।
୧ ଅପ୍ରେଲ ରାତିରେ ଯେତେବେଳେ ତାଙ୍କ ବାପା ସତ୍ୟବୀର ମଦ ପିଇ ଘରକୁ ଆସିଲେ, ସେତେବେଳେ ବଡ଼ ପୁଅ ତାଙ୍କ ଖାଇବାରେ ନୀଦ ଔଷଧ ମିଶାଇଦେଇଥିଲେ। ଏହାପରେ ଦୁଇ ଭାଇ ମିଶି ବାପାଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ।
ଏହାପରେ ବାପାଙ୍କ ମୃତଦେହକୁ ନେଇ ଗାଁରେ ନିର୍ମାଣ ହେଉଥିବା ଏକ ଫ୍ଲାଟରେ ଫିଙ୍ଗିଦେଇଥିଲେ। ଯେତେବେଳେ ସେ ଘରକୁ ଫେରିନଥିଲେ, ଏହାପରେ ତଦନ୍ତ ହୋଇଥିଲା। ତଦନ୍ତରେ ଜଣାପଡିଥିଲା ଯେ, ଏହି ଦୁଇ ଭାଇ ମିଶି ଏଭଳି କାଣ୍ଡ କରିଛନ୍ତି। ଏହାପରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଥିଲା।