fbpx

ଗାଧୋଇବାକୁ ଯାଇଥିବା ବେଳେ ବଡ଼ ଅଘଟଣ, ଡ୍ୟାମରେ ବୁଡ଼ି ୨ ଛାତ୍ର ମୃତ

ଚୌଦ୍ୱାର: ମଙ୍ଗରାଜପୁର ସ୍ଥିତ ଡମଡ଼ମଣି ଡ୍ୟାମରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ କଟକ ଷ୍ଟୁଆର୍ଟ କଲେଜର ୫ ଜଣ ଛାତ୍ର ନଦୀରେ ଗାଧୋଇବା ସମୟରେ ଏହି ଅଘଟଣା ଘଟିଥିଲା । ସମସ୍ତେ ଯୁକ୍ତ ୨ ଛାତ୍ର ଥିଲେ । ପାଞ୍ଚ ଜଣଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଥିବା ବେଳେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଚୌଦ୍ୱାର ଅଗ୍ନିଶମ ବାହିନୀ ପକ୍ଷରୁ ବୁଡ଼ିଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ପ୍ରକାଶ ।

Get real time updates directly on you device, subscribe now.