fbpx
BSKY SKY
BSKY SKY

ଦୁଇ ହଜାର ଟଙ୍କାକୁ ନେଇ ଆସିଲା ବଡ଼ ଖବର, ସୂଚନା ଦେଇଛି RBI

BSKY

ମୁମ୍ବାଇ: ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆସି ପହଁଚିଛି କିଛି ଖବର । ଭାରତରେ ୬ବର୍ଷ ତଳେ ନୋଟ ବଦଳି ହୋଇଥିଲା । ଏହା ହେବାପରେ ଦେଶର ଅର୍ଥନୀତିରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସାରା ଦେଶରେ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା ଖୁବ ଜୋରସୋରରେ ଚାଲିଛି । ତେବେ ବଜାରରେ ୨୦୦୦ ଟଙ୍କାକୁ ନେଇ ବଡକଥା ଦେଖିବାକୁ ମିଳିଛି । କିଛିଦିନ ହେବ ବଜାରରେ ୨୦୦୦ ଟଙ୍କା ଖୁବ କମ ଦେଖିବାକୁ ମିଳୁଛି । ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ବଡ ସୂଚନା ଅସି ପହଁଚିଛି ।

ଆପଣ ଜାଣନ୍ତି କି ଦୀର୍ଘ ୩ବର୍ଷ ହେବ ୨୦୦୦ ଟଙ୍କିଅ।। ନୋଟ ଛପା ଯାଉନାହିଁ । ସେଥିପାଇଁ ବଜାରରେ ୨୦୦୦ଟଙ୍କାର କାରବାର ଅଧିକ ହେଉନାହିଁ । ଆରଟିଆଇ ସୂଚନା ଅନୁଯାୟୀ, ୨୦୧୯-୨୦, ୨୦୨୦-୨୦୨୧ ଓ ୨୦୨୧-୨୨ ମସିହା ପର୍ଯ୍ୟନ୍ତ କୌଣସି ୨୦୦୦ ନୋଟ ଛପା ଯାଇନାହିଁ । ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ମସିହା ନଭେମ୍ବର ୮ତାରିଖରେ ୫୦୦ ଟଙ୍କାର ନୋଟ ବଦଳି କରିଥିଲେ । ଏହାସହ ୧୦୦୦ଟଙ୍କା ବନ୍ଦ କରି ୨୦୦୦ ଟଙ୍କିଆ ନୋଟ ବାହାର କରିଥିଲେ । ତେଣୁ ରିଜର୍ଭ ବ୍ୟାଙ୍କ କେବଳ ୨ଟଙ୍କା, ୫ଟଙ୍କା ସହ ୧୦,୨୦,୫୦,୧୦୦,୨୦୦,୫୦୦ ଏବଂ ୨୦୦୦ଟଙ୍କିଆ ନୋଟ କାରବାର କରୁଛି । ନୂଆ ନୋଟ ଆସିବାର ଲକ୍ଷ୍ୟ ହେଉଛି, ନୂଆ ନୋଟ ବଜାରେ ଖେଳିଯାଉ ଏବଂ ଏହାକୁ ଲୋକେ ବ୍ୟବହାର କରନ୍ତୁ । କିନ୍ତୁ ୨୦୦୦ଟଙ୍କା ବର୍ତ୍ତମାନ ମାର୍କେଟରେ ପୁରା କମ ଦେଖିବାକୁ ମିଳୁଛି ।

ଦୁଇ ହଜାର ଟଙ୍କାକୁ ନେଇ ଆସିଲା ବଡ଼ ଖବର, ସୂଚନା ଦେଇଛି RBI ସୂଚନା ଅନୁସାରେ, ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପୁରା ଦେଶରେ ୨୦୦୦ଟଙ୍କିଆ ନୋଟ ବ୍ୟବହାରର ଇକ୍ୱିଟି ୧୩.୮ ପ୍ରତିଶତ ରହିଛି । ଏଥିସହିତ ୨୦୦୦ଟଙ୍କାର ନକଲି ନୋଟ ସଂଖ୍ୟା ବଢିବାରେ ଲାଗିଥିଲା । ୨୦୧୮ ମସିହାରେ ୫୪ହଜାର ୭୭୬ଟି ନକଲି ନୋଟ କାରବାର ହୋଇଥିଲା । ୨୦୧୯ମସିହାରେ ୯୦ହଜାର ପାଂଚସହ ଛଅଷଠିଟି ନକଲି ନୋଟ ଧରାପଡିଥିଲା ବେଳେ ୨୦୨୦ ମସିହାରେ ୨,୪୪,୮୩୪ଟି ନୋଟ ଯାଂଚ ସମୟରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.