fbpx

ଟ୍ୱିଟର ବ୍ଲୁ ଟିକ୍ ପାଇଁ ଭାରତରେ ଦେବାକୁ ପଡିପାରେ ଏତିକି ଟଙ୍କା; ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଟ୍ୱିଟର ଅଧିଗ୍ରହଣ କରିବା ପରେ ଆକ୍ସନ ମୋଡରେ ଅଛନ୍ତି ଏଲନ୍ ମସ୍କ । ସେ ଟ୍ୱିଟରକୁ ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବାବେଳେ ଟ୍ୱିଟରରେ ବ୍ଲୁ ଟିକ୍ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । କାରଣ ବ୍ଲୁ ଟିକ୍ ପାଇଁ ଏବେ ଟ୍ୱିଟର ୟୁଜର୍ସମାନଙ୍କୁ ଚାର୍ଡ ଦେବାକୁ ପଡୁଛି । ତେବେ ଏହା ଆମେରିକା,କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଏବଂ ଇଂଲଣ୍ଡ ପରି ଦେଶରେ କାର୍ଯ୍ୟକାରୀ ହୋଇଥିବା ବେଳେ ବର୍ତ୍ତମାନ ଏହା ଭାରତରେ ମଧ୍ୟ ଲଞ୍ଚ ହେବାକୁ ଯାଉଛି ।

ତେବେ କିଛି ଦିନ ପୂର୍ବରୁ ଜଣେ ଭାରତୀୟ ଟ୍ୱିଟର ୟୁଜର୍ସ ବ୍ଲୁ ଟିକ୍ ପାଇଁ ଭାରତୀୟ ମାନଙ୍କୁ କେବେଠୁ ଚାର୍ଜ ଦେବାକୁ ପଡିବ ଏନେଇ ଏଲନ ମସ୍କଙ୍କୁ ପ୍ରଶ୍ନ କରି ଟ୍ୱିଟ କରିଥିଲେ। ସେ ପଚାରିଥିଲେ ଯେ, ‘ଭାରତରେ ଟ୍ୱଟର ବ୍ଲୁ ରୋଲ ଆଉଟକୁ କେବେ ଆଶା କରାଯିବ ।’ ଏଲନ ମସ୍କ ଏହାର ଉତ୍ତର ଦେଇ ଟ୍ୱିଟ କରି କହିଥିଲେ ଯେ, ‘ଆଶା କରାଯାଉଛି ଏକ ମାସ ମଧ୍ୟରେ ଏହି ରୋଲ ଆଉଟ କରାଯିବ।’ ତେବେ ଏହି ବ୍ଲୁ ଟିକ୍ ପାଇଁ କେତେ ଟଙ୍କା ଚାର୍ଜ ଦବାକୁ ପଡିବା ସେ ବିଷୟରେ ପୂର୍ବରୁ କୌଣସି ସୂଚନା ମିଳି ନଥିବାବେଳେ ବର୍ତ୍ତମାନ ଏହା କିନ୍ତୁ ସ୍ପଷ୍ଟ ହୋଇଛି ।

ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ଭାରତୀୟ ୟୁଜର୍ସମାନଙ୍କ ଠାରୁ ମାସକୁ ୭୧୯ ଟଙ୍କା ଚାର୍ଜ କରାଯାଇ ପାରେ ବୋଲି ଆଶା କରାଯାଉଛି । ଯଦିଓ ସରକାରୀ ମୂଲ୍ୟ ଘୋଷଣା କରାଯାଇ ନାହିଁ, କିନ୍ତୁ କିଛି ଉପଭୋକ୍ତା ସଦସ୍ୟତା ପାଇଁ ବାର୍ତ୍ତା ପାଇବା ଆରମ୍ଭ କରିଛନ୍ତି । କମ୍ପାନୀ ବୁଧବାର ଆମେରିକା, ବ୍ରିଟେନ ଏବଂ ଅନ୍ୟ କେତେକ ଦେଶରେ ଟ୍ୱିଟର ଏହି ବ୍ଲୁ ଟିକ୍ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଭାରତର କିଛି ଉପଭୋକ୍ତାଙ୍କୁ ଟ୍ୱିଟର ବ୍ଲୁ ଟିକ୍ କୁ ସବସ୍କ୍ରାଇବ କରିବାକୁ କୁହାଯାଉଛି। ଏହି ସେବା ଆଗାମୀ କିଛି ଦିନ ମଧ୍ୟରେ ଭାରତରେ ସମ୍ପୂର୍ଣ୍ଣ ଉପଲବ୍ଧ ହୋଇପାରେ । ଆମେରିକା, ବ୍ରିଟେନ ସମେତ ଅନ୍ୟ ଦେଶରେ ଏହି ସେବା ପାଇଁ ୭.୯୯ ଡଲାର ଆଦାୟ କରାଯାଉଥିବା ଜଣା ପଡିଛି । ତେବେ ଭାରତରେ ଏହି ସୁବିଧା ପ୍ରଥମେ ଆଇଫୋନ୍ ୟୁଜର୍ସମାନଙ୍କ ପାଇଁ ଉପଲବ୍ଧ ହେବ ।

ଟ୍ୱିଟର ବ୍ଲୁ ଟିକ୍ କ’ଣ?

ତେବେ ବ୍ଲୁ ଟିକ ହେଉଛି ଟ୍ୱିଟର ବ୍ୟବହାରକାରୀଙ୍କ ପ୍ରୋଫାଇଲରେ ଥିବା ନାମ ପାଖକୁ ବ୍ଲୁ ରଙ୍ଗର ଷ୍ଟାର ମଝିରେ ଏକ ଠିକ ଚିହ୍ନ। ଯାହାକି ଆପଣଙ୍କ ଏକାଉଣ୍ଟକୁ ଏକ ପ୍ରତିଷ୍ଠିତ ଆଇଡି ରୂପରେ ବିବେଚନା କରିଥାଏ । ତେବେ ଟ୍ୱିଟର ବ୍ଲୁ ଟିକ୍ ଅଧୀନରେ ଥିବା ଉପଭୋକ୍ତାମାନେ କୌଣସି ଯାଞ୍ଚ ପ୍ରକ୍ରିୟା ନକରି ଏକ ବ୍ୟାଜ୍ ପାଇଥାନ୍ତି । ଏହାକୁ ନେଇ କମ୍ପାନୀ ମାଲିକ ଏଲୋନ୍ ମସ୍କ ମଧ୍ୟ କହିଛନ୍ତି ଯେ ଟ୍ୱିଟର ବ୍ଲୁ ଟିକ୍ ବ୍ୟବହାରକାରୀମାନେ ପ୍ଲାଟଫର୍ମରେ ପ୍ରାଥମିକତା ପାଇବେ ।

ଟ୍ୱିଟର ବ୍ଲୁ ଟିକ୍ ବିଷୟରେ ମସ୍କ ପୂର୍ବରୁ କହିଥିଲେ ଯେ ଦେଶର କ୍ରୟ କ୍ଷମତା ଉପରେ ଆଧାର କରି ଆମେରିକା ବାହାରେ ସେବା ଦେୟ ନିର୍ଣ୍ଣୟ କରାଯିବ। ଏହା ସହିତ ଭାରତରେ ଏହାର ମୂଲ୍ୟ ୭.୯୯ ଡଲାରରୁ କମ୍ ହୋଇପାରେ ବୋଲି ଆଶା କରାଯାଉଥିଲା । ବର୍ତ୍ତମାନ କିନ୍ତୁ ଏହାର ବିପରୀତ ପରିସ୍ଥିତି ଦେଖାଯାଉଛି । ତେବେ ଟ୍ୱିଟର ୟୁଜର୍ସମାନଙ୍କୁ ବ୍ଲୁ ଟିକ୍ ପାଇଁ ମାସକୁ ୭୧୯ ଟଙ୍କା ଦେବାକୁ ପଡିବ ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାକି ପରବର୍ତ୍ତି ସମୟରେ ସ୍ପଷ୍ଟ ହେବ ।

Get real time updates directly on you device, subscribe now.