fbpx

ସୁରକ୍ଷିତ ଭାବରେ ଉଦ୍ଧାର ହେଲେ ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକ

ରାୟଗଡ଼ା: ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଦୁଇ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।

ସୂଚନାଯୋଗ୍ୟ, ରବିବାର କାଶୀପୁର ବ୍ଲକର ଦୁଇ ଜଣ ପର୍ଯ୍ୟଟକ ନାଗାବଳୀ ନଦୀରେ ଝୁଲାପୋଲ ନିଟକରେ ଫସିଯାଇଥିଲେ । ହଠାତ୍ ନଦୀରେ ଅଧିକ ମାତ୍ରାରେ ପାଣି ଆସିବାରୁ ଏହି ପର୍ଯ୍ୟଟକ ମାନେ ନଦୀ ପାର ହେବାକୁ ଚାହିଥିଲେ କିନ୍ତୁ ପାଣିର ଗତି ଅଧିକ ଥିବା କାରଣରୁ ସେମାନେ ପାଣିରୁ ବାହାରି ପାରିନଥିଲେ ଏବଂ ନିକଟରେ ଥିବା ଏକ ଟାପୁ ଉପରେ ଆଶ୍ରୟ ନେଇଥିଲେ ।

ତେବେ ଅଗ୍ନିଶମ କର୍ମଚାରୀଙ୍କ ସଫଳ ଚେଷ୍ଟା ଯୋଗୁଁ ଦୁଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.