ସମୁଦ୍ର ମୁହାଣରେ ଫସିଲା ଦୁଇଟି ଟ୍ରଲର

ଓଡ଼ିଶା ଭାସ୍କର: ଲ୍ୟାଣ୍ଡଫଲ୍ ପରେ ଅନେକ ସ୍ଥାନରେ ବାତ୍ୟା ‘ଦାନା’ର ତାଣ୍ଡବ ଦେଖିବାକୁ ମିଳିଥିଲା । ମଧ୍ୟରାତ୍ରୀର ଅନ୍ଧକାରରେ ସୁ ସୁ ଗର୍ଜନ କରି ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା । ଗଛ ଉପୁଡ଼ିବା ସହ ଚାଳ ଛପର ଭାଙ୍ଗିଯାଇଥିଲା । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଥିଲା । ବର୍ତ୍ତମାନ ଧାମରା ନିକଟରେ ସମୁଦ୍ର ମୁହାଣରେ ଟ୍ରଲର ଫସିଥିବା ଖବର ସାମ୍ନାକୁ ଆସିଛି । ଦୁଇଟି ଟ୍ରଲଣ ମହାଣରେ ଫସିଥିବା ସୂଚନା ମିଳିଛି । ତେବେ ଏହି ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ତେବେ ଏହି ସମୟରେ ଟ୍ରଲର ଫସିବା ବିପଦପୂର୍ଣ୍ଣ ବୋଲି ମତ୍ସ୍ୟ ବିଭାଗ ପ୍ରକାଶ କରିଛି । ବର୍ତ୍ତମାନ ଟ୍ରଲରକୁ କିପରି ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେ ନେଇ ପ୍ରୟାସ ଜାରି ରହିଛି ।