fbpx

‘ରକ୍ଷାକର ମୋତେ ରକ୍ଷାକର…’! ଜେଲ କୋଠରୀରୁ ଶୁଭୁଛି ନିରୀହ ସ୍ୱର: ୨ ବର୍ଷର ଶିଶୁକୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଆଜିର ସମାଜରୁ ହଜି ଯାଇଛି ମାନବିକତା । ଗୋଟିଏ ମଣିଷର ଅନ୍ୟ ମଣିଷ ପ୍ରତି ଭଲପାଇବା ନାହିଁ । ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି ମଣିଷ ଆଜି ଦାନବରେ ପରିଣତ ହୋଇଯାଇଛି । ଆମ ସମାଜରେ ଦୈନନ୍ଦିନ ଜୀବନରେ ଏଭଳି ଅନେକ ହୀନମାନସିକତାର ଉଦାହରଣ ଦେଖିବାକୁ ମିଳୁଛି । ସାଧାରଣ ଭାବେ ଯେ କୌଣସି ଅପରାଧ କଲେ ଜଣେ ଜେଲଦଣ୍ଡ ପାଇଥାଏ । ମାତ୍ର ଯଦି ଗୋଟିଏ ନିରୀହ ଶିଶୁ ଏହି ଦଣ୍ଡରେ ଦଣ୍ଡିତ ହେବ ତେବେ ତାହାକୁ ଆମେ କ’ଣ କହିବା?

ସୂଚନା ମୁତାବକ, ଉତ୍ତର କୋରିଆରୁ ଆସିଛି ଏଭଳି ଏକ ଲଜ୍ଜାଜନକ ଖବର । ଦେଶର ଏକଛତ୍ରବାଦୀ ତଥା କ୍ରୁର ଶାସନ କିମ୍ ଜଙ୍ଗ ଉନଙ୍କ ବିଷୟରେ କିଏ ବା ନଜାଣେ । କିମଙ୍କୁ ବିରୋଧ କରି ପୂର୍ବରୁ ଏକାଧିକ ବ୍ୟକ୍ତି ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ତେବେ ଏହା କ୍ରମରେ କିମଙ୍କ ଏହି ପ୍ରକୋପରୁ ନିସ୍ତାର ପାଇ ପାରିନାହିଁ ଗୋଟିଏ ଶିଶୁ । ଗୋଟିଏ ୨ ବର୍ଷର ଶିଶୁକୁ ଆଜୀବନ ଜେଲ୍ ଦଣ୍ଡ ହୋଇଛି । ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ।

ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମର ଲୋକମାନେ ଅନେକ ସମୟରେ ଉତ୍ତର କୋରିଆରେ ବିଭିନ୍ନ ସମସ୍ୟା ଦେଇ ଗତି କରିଥାନ୍ତି । ବାଇବେଲ ସହ କୌଣସି ବ୍ୟକ୍ତି ଧରାପଡ଼ିଲେ ତାଙ୍କୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିଥାଏ । ବାଇବେଲ ସହ ଧରାପଡ଼ିବା ଅଭିଯୋଗରେ ଗୋଟିଏ ପରିବାର ସହ ଶିଶୁକୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦେଶରେ ୭୦ ହଜାରରୁ ଅଧିକ ଖ୍ରୀଷ୍ଟିଆନ ଓ ଅନ୍ୟ ଧର୍ମର ଲୋକମାନେ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି । ତେବେ ସେହି ବନ୍ଦୀଙ୍କ ମଧ୍ୟରେ ଗୋଟିଏ ୨ ବର୍ଷର ଶିଶୁ ରହିଥିବା ଉକ୍ତ ରିପୋର୍ଟରେ କୁହାଯାଇଛି । ବାପା-ମାଆଙ୍କ ହାତରେ ବାଇବେଲ ଥିବାରୁ ଗତ ୨୦୦୯ରେ ଶିଶୁଟିକୁ ଜେଲଦଣ୍ଡ ଦିଆଯାଇଥିବା ବେଳେ ତାକୁ ସେଠାରେ ରାଜନୈତିକ ଜେଲ ଶିବିରରେ ରଖାଯାଇଛି । ଉତ୍ତର କୋରିଆ ନିଜକୁ ନାସ୍ତିକ ରାଷ୍ଟ୍ର ବୋଲି ସ୍ୱୀକାର କରିଥିବାରୁ ସେହି ଦେଶର ଲୋକମାନେ ଘରେମାନଙ୍କରେ ବାଇବେଲ ପଢ଼ିବା ବେଆଇନ ବୋଲି କୁହାଯାଇଛି ।

Get real time updates directly on you device, subscribe now.