fbpx

ନରମିଲେ ଉଦ୍ଧବ ଠାକରେ, କଥାବାର୍ତ୍ତା ପାଇଁ ବିଦ୍ରୋହୀ ବିଧାୟକଙ୍କୁ ଦେଲେ ପ୍ରସ୍ତାବ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାକୁ ନେଇ ଚାଲିଥିବା ରାଜନୈତିକ ଝଡ଼ ମଧ୍ୟରେ ଉଦ୍ଧବ ଠାକରେ ପୁଣି ଥରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି । ସେ ଭାବପ୍ରବଣପୂର୍ବକ ବିଦ୍ରୋହୀ ବିଧାୟକଙ୍କ ଆହ୍ୱାନ କରି କହିଛନ୍ତି ଯେ ଏବେ ଡେରି ହୋଇନାହିଁ, ସେମାନେ ଫେରି ଆସନ୍ତୁ ଏବଂ ପରସ୍ପର ମଧ୍ୟରେ ମିଳିମିଶି କଥା ହେବା । ଉଦ୍ଧବ ଠାକରେଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନରେ ବିଦ୍ରୋହୀ ବିଧାୟକଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ଶିବସେନା ଆପଣଙ୍କୁ ଯେଉଁ ମାନ-ସମ୍ମାନ ଦେଇଛି, ତାହା ଆଉ କେଉଁଠି ମିଳିବ ନାହିଁ । ସାମ୍ନାକୁ ଆସି କଥା ହୁଅନ୍ତୁ ରାସ୍ତା ନିଶ୍ଚୟ ମିଳିବ ।

ଠାକରେ କହିଛନ୍ତି ମତେ ଆପଣଙ୍କର ଚିନ୍ତା ରହିଛି । ଆପଣ ହୃଦୟରୁ ଶିବସେନାରେ ଅଛନ୍ତି । ଏବେ ସମସ୍ୟା ଯାଇନାହିଁ । ଆପଣ ସମସ୍ତେ ଆମ ପାଖରେ ଆସି ବସନ୍ତୁ, ଆମେ ସବୁ ଏକାଠି ବସି ରାସ୍ତା ବାହାର କରିପାରିବା । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଗତ କିଛି ଦିନରୁ ଗୌହାଟୀରେ ଫସିଥିବା ବିଧାୟକଙ୍କୁ ନେଇ ସବୁଦିନ ନୂଆ ସୂଚନା ଆସୁଛି । ଶିବସେନା ପରିବାରର ମୁଖିଆ ଭାବରେ ମୁଁ ଆପଣଙ୍କ ଭାବନାକୁ ସମ୍ମାନ କରୁଛି ଏବଂ ଯଦି ଆପଣ ଆଗକୁ ଆସି କହିବେ ତେବେ ଆମେ ନିଶ୍ଚୟ କିଛି ରାସ୍ତା ବାହାରକରିପାରିବା ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ରାଜନୀତିକ ସଙ୍କଟ ଆରମ୍ଭ ହେବାର କିଛି ସମୟ ପରେ ମଧ୍ୟ ଶିବସେନା ଏହିଭଳି ଅପିଲ କରିଥିଲା । ଶିବସେନା ନେତା ସଞ୍ଚୟ ରାଉତ କହିଥିଲେ ଯେ ଯଦି ବିଦ୍ରୋହୀ ନେତା ଫେରି ଆସନ୍ତି ତେବେ ଆମେ ଏମବିଏ ଛାଡ଼ିବା ଉପରେ ବିଚାର କରିପାରିବେ । ଅବଶ୍ୟ ଏହାଦ୍ୱାରା ବିଦ୍ରୋହୀ ନେତାଙ୍କୁ କିଛି ଫରକ ପଡ଼ିନଥିଲା ।

ଉଲ୍ଲେଖଯୋଗ୍ୟ, ୨୨ ଜୁନ୍ ଠାରୁ ବିଦ୍ରୋହୀ ବିଧାୟକ ଗୌହାଟୀର ହୋଟେଲରେ ଅଛନ୍ତି ଏବଂ ନିଜକୁ ଅସଲି ଶିବସେନା ବୋଲି କହୁଛନ୍ତି । ରିପୋର୍ଟ ଅନୂଯାୟୀ ଦିନେ ଦୁଇ ଦିନ ମଧ୍ୟରେ ବିଦ୍ରୋହୀ ନେତା ମୁମ୍ବାଇ ଫେରିପାରନ୍ତି । ଯାହାପରେ ସେମାନଙ୍କ ଆଗାମୀ ପଦକ୍ଷେପ ନେଇ ଜଣାପଡ଼ିବ ।

Get real time updates directly on you device, subscribe now.