fbpx

କେରଳରେ ବ୍ଲାର୍ଡ ଫ୍ଲୁର ଏଣ୍ଟ୍ରି ପରେ ଏହି ରାଜ୍ୟରେ ଆଲର୍ଟ: ଯାଞ୍ଚ ପାଇଁ ପଠାଗଲା ନମୁନା

Advertisement

ନୂଆଦିଲ୍ଲୀ : କେରଳର ଆଲାପୁଝା ଜିଲ୍ଲାରେ ବତକରେ ବାର୍ଡ ଫ୍ଲୁ ର ଲକ୍ଷଣ ଚିହ୍ନଟ ପରେ ଉତ୍ତରାଖଣ୍ଡରେ ବାର୍ଡ ଫ୍ଲୁକୁ ନେଇ ଆଲର୍ଟ ଜାରି କରାଯାଇଛି । ବାର୍ଡ ଫ୍ଲୁ ସମ୍ବନ୍ଧରେ ଜାରି କରାଯାଇଥିବା ହାଇ ଆଲର୍ଟକୁ ଦୃଷ୍ଟିରେ ରଖି ଉଧମ ସିଂ ନଗର ଜିଲ୍ଲାର ପ୍ରାଣୀ ଚିକିତ୍ସା ବିଭାଗ ଆକ୍ସନ ମୋଡକୁ ଆସିଛି ।

ପ୍ରାଣୀ ଚିକିତ୍ସା ବିଭାଗ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କର ନମୁନା ସଂଗ୍ରହ କରି ପଶୁ ରୋଗ ଅନୁସନ୍ଧାନ ଲାବୋରେଟୋରୀ ମାଧ୍ୟମରେ ଭୋପାଳର ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ ଲ୍ୟାବକୁ ପଠାଇଛି ।

ଉଧମ ସିଂ ନଗର ପଶୁ ଚିକିତ୍ସା ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କର ନମୁନା ସଂଗ୍ରହ କରାଯାଇଥିଲା । ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ସଂଗୃହିତ ନମୁନାଗୁଡିକ ମଧ୍ୟପ୍ରଦେଶର ଭୋପାଳର ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପ୍ରାଣୀ ଚିକିତ୍ସା ବିଭାଗ ଗୁଲାରବୋଜ, ଧୌରାଡାମ ଏବଂ ନାନକ ସାଗର ଡ୍ୟାମକୁ ଆସୁଥିବା ପକ୍ଷୀମାନଙ୍କ ଉପରେ ନଜର ରଖିଛି, ଯାହାଫଳରେ ବାର୍ଡ ଫ୍ଲୁରୁ ଏହି ଅଞ୍ଚଳର ପକ୍ଷୀମାନଙ୍କୁ ରକ୍ଷା କରାଯାଇପାରିବ ।

Get real time updates directly on you device, subscribe now.