fbpx

ଉଦୟନିଧି ଷ୍ଟାଲିନ ହେବେ ତାମିଲନାଡୁର ନୂତନ ଉପମୁଖ୍ୟମନ୍ତ୍ରୀ, ଆଜି ନେବେ ଶପଥ

ନୂଆଦିଲ୍ଲୀ: ତାମିଲନାଡୁରେ ରବିବାର ଦିନ ଏକ ଐତିହାସିକ ଘଟଣା ଘଟିବାକୁ ଯାଉଛି। ତାମିଲନାଡୁରେ ଏହା ପ୍ରଥମ ମୁହୂର୍ତ୍ତ ହେବ ଯେଉଁଠାରେ ମୁଖ୍ୟମନ୍ତ୍ରୀ ପଦରେ ବାପା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଅ। ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାର, ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ତାମିଲନାଡୁର କ୍ୟାବିନେଟ ପ୍ରସ୍ତାବକୁ ରାଜଭବନରୁ ମଞ୍ଜୁରୀ ମଧ୍ୟ ମିଳିସାରିଛି।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ସରକାର ଶନିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ପୁନଃ ନିର୍ମାଣ ଉପରେ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୁଅ ବା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ରାଜଭବନ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଉଦୟନିଧି ରବିବାର ଅର୍ଥାତ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ପଦବୀ ପାଇଁ ଶପଥ ନେବେ।

Get real time updates directly on you device, subscribe now.