fbpx

ଆସନ୍ତା ଜୁଲାଇ ମାସରେ UG ଓ PG ପରୀକ୍ଷା ହେବ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କର ପରୀକ୍ଷା ନେଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁଲାଇ ମାସରେ ୟୁଜି ଓ ପିଜି ପିଲାଙ୍କର ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ । ଏଥିସହ ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏ ବାବଦରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, କୋଭିଡ କାରଣରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ପିଲାମାନଙ୍କର ପାଠପଢ଼ା ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ତେଣୁ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଧାର୍ଯ୍ୟ ତାରିଖ ମଧ୍ୟରେ ପାଠ ପଢ଼ା ନ ସରିଲେ ଏକ୍ସଟ୍ରା କ୍ଲାସ କରିବାକୁ କୁହାଯାଇଛି । ଏଥିସହ ସୁବିଧା ଅନୁଯାୟୀ ଅନ୍ୟ ସେମିଷ୍ଟର ପରୀକ୍ଷା କରାଇବାକୁ କୁହାଯାଇଛି ।

Get real time updates directly on you device, subscribe now.