fbpx

UGCର ବଡ଼ ପଦକ୍ଷେପ: ବିଶ୍ୱବିଦ୍ୟାଳୟ ଓ କଲେଜରେ ଆରମ୍ଭ ହେବ ‘AEDP’ କୋର୍ସ, ନିଯୁକ୍ତିକ୍ଷମ ହେବେ ଶିକ୍ଷାର୍ଥୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିକ୍ଷମ କରାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ଆପ୍ରେଣ୍ଟିସିପ୍ ଏମ୍ବେଡ୍ ଡିଗ୍ରୀ ପ୍ରୋଗ୍ରାମ (ଏଇଡିପି) କୋର୍ସ ଆରମ୍ଭ ହେବ । ଏହି ପଦକ୍ଷେପ ଫଳରେ ଛାତ୍ରଛାତ୍ରୀମାନେ ନିଯୁକ୍ତିକ୍ଷମ ହୋଇପାରିବେ । ଏହାକୁ ନେଇ ୟୁଜିସି ମାର୍ଗଦର୍ଶିକା ପ୍ରସ୍ତୁତ କରୁଥିବା ବେଳେ ମତାମତ ଆସିବା ପରେ ଏନେଇ ମାର୍ଗଦର୍ଶିକା ଜାରି କରାଯିବ । ଏଥିସହିତ ଏ ବାବଦରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅବଗତ କରାଯିବ ବୋଲି କୁହାଯାଇଛି ।

ସୂଚନା ମୁତାବକ, ଆସନ୍ତା ବର୍ଷ ଜାନୁଆରୀ-ଫେବୃଆରୀ ସେସନରୁ ଏହି କୋର୍ସ ଆରମ୍ଭ କରିବାକୁ ୟୁଜିସି ଲକ୍ଷ୍ୟ ରଖିଛି । ଏହାକୁ ନେଇ ଗତ ୩ ତାରିଖରେ ୟୁଜିସି ତରଫରୁ ଏକ ବୈଠକ ବସିଥିବା ବେଳେ ସେହି ଅବସରରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ୟୁନିଭରସିଟି ଓ କଳେଜରେ ଏହି ଏଇଡିପି କୋର୍ସକୁ ଲାଗୁ କରାଯିବ ବୋଲି ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର ସୂଚନା ଦେଇଥିଲେ । ଏହାଦ୍ୱାରା ନାକ୍ ମାନ୍ୟତା ବୃଦ୍ଧି, ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ)ର ମାନ ବୃଦ୍ଧି ପାଇବ । ଫଳରେ ଛାତ୍ରଛାତ୍ରୀମାନେ ସ୍ନାତକ ସ୍ତରରୁ ନିଯୁକ୍ତି ପାଇଁ ଦକ୍ଷତା ହାସଲ କରିପାରିବେ । ଏହି କୋର୍ସରେ ନିଯୁକ୍ତି ପ୍ରଶିକ୍ଷଣ ଉପରେ ଶ୍ରେଣୀଗୃହରେ ଶିକ୍ଷାଦାନ ଦିଆଯିବ ବୋଲି ଶ୍ରୀ କୁମାର କହିଥିଲେ ।

Get real time updates directly on you device, subscribe now.